Categories: ଜାତୀୟ

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣବଳାତ୍କାର

ଶାହଡୋଲ, ୧।୧୦: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଜଣେ ମୂକ ବଧିର ନାବାଳିକାଙ୍କୁ ୬ ଜଣ ଗଣବଳାତ୍କାର କରିଛନ୍ତି। ବଳାତ୍କାରୀଙ୍କ ମଧ୍ୟରେ ରହିଛନ୍ତି ୪ ନାବାଳକ। ଅଭିଯୁକ୍ତମାନେ ଅପରାଧର ଫଟୋ ଉଠାଇ ସ୍ଥାନୀୟ ଅଞ୍ଚଳରେ ତାକୁ ପ୍ରସାରିତ କରିବା ପରେ ଘଟଣାଟି ପଦାକୁ ଆସିଛି। ପରେ ଭିନ୍ନକ୍ଷମ ପୀଡ଼ିତା କେବଳ ଇଙ୍ଗିତ କରି ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ସମ୍ପର୍କରେ ସୂଚନା ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ୪ ନାବାଳକଙ୍କ ସମେତ ୬ ଜଣ ଶନିବାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ଘରୁ ଡାକିନେଇଥିଲେ। ସେମାନେ ଏକ ନିଛାଟିଆ ସ୍ଥାନରେ ଥିବା କୁଡ଼ିଆ ମଧ୍ୟକୁ ନେଇ ନାବାଳିକାଙ୍କୁ ବଳାତ୍କାର କରିବା ସହ ମାଡ଼ ମାରିଥିଲେ। ଗୁରୁବାର ପୀଡ଼ିତାଙ୍କ ମାଆ ଥାନାରେ ଦେଇଥିବା ଏତଲା କ୍ରମେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରିବା ପାଇଁ ସାମାଜିକ ନ୍ୟାୟ ବିଭାଗ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଥିଲା। ଫଟୋ ଦେଖି ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ।

Share