Categories: ଜାତୀୟ

ବାୟୁସେନାରେ ପ୍ରଥମଥର ସାମିଲ ହେଲେ ଡିଜାବଲ କ୍ୟାଡେଟ ଯୋଗେଶ ଯାଦବ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ ପ୍ରଥମଥର ଲାଗି ଜଣେ ଡିଜାବଲ ବା ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟ୍ରି ଟ୍ରେନିଂ ସମୟରେ ଆଘାତ ଲାଗିବାରୁ ପିଠିର ତଳ ଭାଗ ପାରାଲାଇଜଡ ହୋଇଯାଇଥିଲା ।
ଏହା ଏକ ସ୍ପେଶାଲ କେଶ ହୋଇଥିବାରୁ ବାୟୁସେନା ଯୋଗେଶଙ୍କୁ ଅଧିକାରୀ ଭାବେ ନିଯୁକ୍ତି ଦେଇଛି । ଶୁକବ୍ରାର ଡୁଡିଂଗଲ (ହାଇଦ୍ରାବାଦ) ସ୍ଥିତ ବାୟୁସେନା ଏକାଡେମୀରେ ହୋଇଥିବା ପାସିଙ୍ଗ ଆଉଟ ପରେଡରେ ନିଜେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବି ଆର୍ ଚୌଧୁରୀ ପିପିଂଗ ସେରିମନିରେ ଏୟାର ପୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ଯୋଗେଶଙ୍କୁ ସାମିଲ କରିଛନ୍ତି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଏନ୍‌ଡିଏ, ଆଇଏମ୍‌ଏ, ଓ ଏୟାର ଫୋର୍ସ ଏକାଡେମୀରେ ଟ୍ରେନିଂ ସମୟରେ ଯଦି କୌଣସି କ୍ୟାଡେଟ ଦିବ୍ୟାଙ୍ଗ ହୋଇଯାଉଥିଲେ ତେବେ ସେମାନଙ୍କୁ ଷ୍ଟାଇପେଣ୍ଟ ସହ ବାହାର କରି ଦିଆଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ରେକର୍ଡ ଅନୁଯାୟୀ, ୧୯୮୫ ମସିହା ପରେ ଏପର୍ଯ୍ୟନ୍ତ ଦେଶରେ ମୋଟ ୪୪୮ ଡିଜାବଲ(ଦିବ୍ୟାଙ୍ଗ)କ୍ୟାଡେଟ୍ସ ରହିଛନ୍ତି । ଅର୍ଥାତ୍ ପ୍ରତିବର୍ଷ ୧୦-୧୨ କ୍ୟାଡେଟ ଭିନ୍ନ ଭିନ୍ନ ସୈନ୍ୟ ଏକାଡେମୀରୁ ବୋର୍ଡ-ଆଉଟ ହେଉଛନ୍ତି ।

Share