ଅନେକେ ଗୋଡ଼ ଥାଇ ବି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ଗୋଡ଼ ନ ଥାଇ ବି ଆଶାବାଡ଼ି ସାହାଯ୍ୟରେ ମଜୁରି ଲାଗି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତିଜଣଙ୍କ ଚର୍ଚ୍ଚାରେ ଅଛନ୍ତି। ତାଙ୍କଠାରୁ ଏବେର ମଣିଷମାନଙ୍କୁ କିଛି ଶିଖିବା ଉଚିତ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।
ଭିଡିଓରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନଜର ଆସୁଛନ୍ତି। ସେ ଶ୍ରମିକ ଭାବେ କାମ କରୁଛନ୍ତି। ଗୋଡ ନ ଥାଇ ବି ତାଙ୍କର କୌଣସି ଅବଶୋଷ ନାହିଁ, ଯାହାକୁ ଦେଖିଲେ ଆପଣ ଭଗବାନଙ୍କ ନିକଟରେ ଅଭିଯୋଗ କରିବା ବନ୍ଦ କରିଦେଇପାରନ୍ତି। କାରଣ ସେ ଦିବ୍ୟାଙ୍ଗ ସତ୍ତ୍ୱେ ଦୁନିଆର ସବୁଠାରୁ ସୁଖୀ ମଣିଷ ଭାବେ ପରିଶ୍ରମ କରି ଜୀବନ ଅତିବାହିତ କରିବା ଭଲ ଭାବେ ଜାଣିଛନ୍ତି।
ଦେଖନ୍ତୁ ଟୁଇଟରରେ ଭାଇରାଲ ହେଉଥିବା ଏହି ଭିଡିଓ: