Categories: ଜାତୀୟ

କେନ୍ଦ୍ର ସରାକରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୯ା୧୨: କେନ୍ଦ୍ର ସରାକର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଲାଗୁ କରିବା ନେଇ କାର୍ମିକ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି।

ଜାତୀୟସ୍ତରରେ ୨୦୧୬ ଜୁନ୍‌ ୩୦ରୁ ଏହି ପଦୋନ୍ନତି ଯୋଗ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାରରେ ନିୟୋଜିତ ଥିବା ସର୍ବନିମ୍ନ ଗ୍ରୁପ୍‌ ‘ଏ’ ପର୍ଯ୍ୟନ୍ତ ଭିନ୍ନକ୍ଷମ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣକୁ ବିଚାରକୁ ନିଆଯିବ। ଏନେଇ କେନ୍ଦ୍ର ସରକାର ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Share