ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କେବଳ ଭାରତର ସମ୍ବିଧାନ ଶାସନ କରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀର ବରିଷ୍ଠ ନେତା ଓମାର ଅବଦୁଲ୍ଲା ନିରାଶ ହୋଇଛନ୍ତି।
ସେ କହିଛନ୍ତି, ମୁଁ ନିରାଶ ହୋଇଛି, କିନ୍ତୁ ହତୋତ୍ସାହିତ ନୁହେଁ। ସଂଗ୍ରାମ ଜାରି ରହିବ। ଭାଜପା ଏଠାରେ ପହଞ୍ଚିବାକୁ ଦଶନ୍ଧି ସମୟ ଲାଗିଛି। ଆମେ ମଧ୍ୟ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ ଅଛୁ। ଏହାପୂର୍ବରୁ ରବିବାର ବାରାମୁଲାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ଜମ୍ମୁ କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପାଇଁ ଦଳର ସଂଗ୍ରାମ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ।
Posted inଜାତୀୟ