Categories: ଖେଳ

ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ

ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍‌ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ପଦକ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ ଟିମ୍‌ ଇଣ୍ଡିଆ।

ସେମିଫାଇନାଲରେ ପରାଜୟ ପରେ ଗୋଲକିପର ପି ଆର ଶ୍ରୀଜେଶ କହିଛନ୍ତି, ‘ ଦୁଃଖିତ, କିନ୍ତୁ ଚିନ୍ତିତ ହେବା ପାଇଁ ସମୟ ନାହିଁ। ଏବେ ମଧ୍ୟ ପଦକ ଜିତିବାର ସୁଯୋଗ ଅଛି। କାନ୍ଦିବା ଠାରୁ ଆଗାମୀ ମ୍ୟାଚ୍‌ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ସେହିଭଳି ଅଧିନାୟକ ମନପ୍ରୀତ କହିଛନ୍ତି, ଆମକୁ ଏବେ ବ୍ରୋଞ୍ଜ ପଦକ ମ୍ୟାଚ୍‌କୁ ଗୁରୁତ୍ୱ ଦେବାକୁ ପଡ଼ିବ। ପଦକ ପାଇଁ ଆମକୁ କାମ କରିବାର ଅଛି।

Share