ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର,୨୯।୫: ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଏବଂ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଏବଂ ମହାମାରୀ ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତିକୁ ବିଷୟ ଭାବେ ଗ୍ରହଣ କରାଯିବ। ଏହା ସହିତ ସମସ୍ତଙ୍କୁ ତାଲିମ ପ୍ରଦାନ କରାଯିବ। ଏପରି କି ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ମିଶନ ଶକ୍ତି ସଦସ୍ୟମାନେ ମଧ୍ୟ ତାଲିମ ନେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୈଠକ ପରେ ସୂଚନା ଦେଇଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗତ ୨ ବର୍ଷର ଚ୍ୟାଲେଞ୍ଜ ଓ ସଫଳତା ସହ ବିଜୁବାବୁଙ୍କ ସ୍ବପ୍ନ ସାକାର ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ପରିଷଦର ସହଯୋଗୀଙ୍କୁ ସୂଚନା ଦେଇଥିଲେ।

Share