୧୦ ଗେଟ୍‌ରୁ ଜଳ ନିଷ୍କାସନ

ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେଣୁ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ଜଳ ପରିମାଣ ହ୍ରାସ କରିବା ପାଇଁ ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି କରିଛନ୍ତି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୧୦ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ମଧ୍ୟାହ୍ନ ୧୨ଟା ପରେ ପ୍ରଥମେ ୫ ଓ ପରେ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ପରିସ୍ଥିତି ଦେଖି ଗେଟ୍‌ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share