ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଅଭିନେତ୍ରୀ ବିଦ୍ୟା ବାଲାନ, ଭୂଷଣ କୁମାର, ଶକ୍ତି କପୁର, ସୁନୀଲ ପାଲ, ଶାନ, ଉଦିତ ନାରାୟଣଙ୍କ ପରି ସେଲିବ୍ରିଟିମାନେ ବାପି ଦା’ଙ୍କୁ ଅନେକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ବାପି ଦା’ଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ କ୍ଷତି । ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ। ନିଜ ଡିସ୍କୋ ମ୍ୟୁଜିକ ଜରିଆରେ ପୂରା ସଙ୍ଗୀତ ଜଗତକୁ ଦୋହଲାଇ ଦେଇଥିଲେ। ସେ ଅନେକ ଚଳଚ୍ଚିତ୍ରରେ ତାଙ୍କର ସଙ୍ଗୀତ ଦେଇଥିଲେ। ତାଙ୍କର ଅନେକ ଗୀତ ଏବେବି ଲୋକଙ୍କ ଓଠରେ ରହିଥାଏ।

Share