ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର,୧୨।୩(ବ୍ୟୁରା): ଇଞ୍ଜିନିୟରିଂ ଏବଂ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯିବା ନେଇ ଶୁକ୍ରବାର ସରକାର ଘୋଷଣା କରିଛନ୍ତି। କରୋନା ପାଇଁ ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ହଷ୍ଟେଲ ବନ୍ଦ ରହିଥିଲା। ଫଳରେ ୧୭୦୧୨ ଛାତ୍ରୀଛାତ୍ରଙ୍କ ପ୍ରାୟ ୫କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ କରାଯାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହଷ୍ଟେଲ ଫି ଛାଡ କରିବା ଦ୍ୱାରା ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରିବେ।

Share