Advertisement

ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗର ସନ୍ଧାନ

ଇସଲାମାବାଦ,୨୦।୩: ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗ ପଥର ସନ୍ଧାନ ମିଳିଛି। ଲାହୋର ଦୁର୍ଗର ମରାମତି ସମୟରେ ସୁଡ଼ଙ୍ଗକୁ ଦେଖି କାମକରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁରୁଣା ହେଲେ ମଧ୍ୟ ଦୁର୍ଗର ପ୍ରାଚୀର ଏବେ ଶକ୍ତ ଏବଂ ସୁରକ୍ଷିତ ରହିଥିବା ଡବ୍ଲ୍ୟୁସିଏଲ୍‌ଏର ଡେପୁଟି ଇଞ୍ଜିନିୟର ହାଫିଜ୍‌ ଉମ୍‌ରାନ୍‌ ସୂଚନା ଦେଇଛନ୍ତି। ଲାହୋରରେ ୨୧ଟି ପୁରୁଣା ଐତିହାସିକ ନିର୍ମାଣ ରହିଛି। ସେସବୁ ଆକବରଙ୍କ ସମୟର। ସୁଡ଼ଙ୍ଗରୁ ବହୁ ସଂଖ୍ୟକ ସାପ ଏବଂ ବିଛା ସାଲୁବାଲୁ ହେଉଥିଲେ। ସେସବୁକୁ ବାହାର କରାଯିବା ପରେ ପୁଣି ମରାମତି କାମ ଆରମ୍ଭ ହୋଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଡ଼ଙ୍ଗର ୬୨୫ ଫୁଟ ଲମ୍ବ ପଥକୁ ମରାମତି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share