ଖୁଣ୍ଟୁପଡ଼ାରୁ ମିଳିଲା ଗ୍ରାଫାଇଟ୍‌ ଖଣିର ସନ୍ଧାନ

ଭାପୁର,୧୧।୭(ଭରତ କୁମାର ବେହେରା):ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରୁ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଛି। ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସାଟେଲାଇଟ୍‌ ସର୍ଭେ କରାଯାଇଥିଲା। ଖୁଣ୍ଟୁପଡା ଗ୍ରାମର ଛେଳିଆ ଟୁବୁରି ପାହାଡ଼ ମାଟିତଳେ ପ୍ରଚୁର ପରିମାଣର ଗ୍ରାଫାଇଟ୍‌ ଥିବା ଏହି ସର୍ଭେରୁ ଜଣାପଡିଛି। ଏନେଇ ସୋମବାର ପୂଜାର୍ଚ୍ଚନା କରାଯାଇ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଖନନ କାର୍ଯ୍ୟରେ ଅପରେଟର ଇନ୍ଦ୍ର କୁମାର ଓ ୭ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଠାରେ ୬୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳା ଯିବା ସହିତ ଏହାର ମାଟି ଓ ପଥରକୁ ଲାବ୍‌କୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ପ୍ରଥମ ଦିନରେ ଗୋଟିଏ ସ୍ଥାନରେ ଖୋଳା ଯିବା ପରେ ଏହାର ଆଖପାଖ ଅଞ୍ଚଳ ଖୋଳା ଯିବ ବୋଲି ଅପରେଟର କୁମାର କହିଛନ୍ତି।