Categories: ଜାତୀୟ

ଭାରତରେ ନୂଆ ପ୍ରଜାତିର ବାଦୁଡି ସନ୍ଧାନ

ନୂଆଦିଲ୍ଲୀ,୨୩।୮: ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ ଭାରତ ଏବଂ ଶ୍ରୀଲଙ୍କାରେ ଏକ ନୂତନ ପ୍ରଜାତିର ବାଦୁଡି ସନ୍ଧାନ କରିଛନ୍ତି, ଯାହାର ଲମ୍ବା ଆଙ୍ଗୁଠି ଅଛି। ଅନୁସନ୍ଧାନକାରୀମାନେ ଏହି ନୂତନ ପ୍ରଜାତିର ବାଦୁଡି ‘ମିନିଓପେଟରସ ଫିଲିପସି’ ନାମ ଦେଇଛନ୍ତି। ସାଧାରଣତଃ ଏହି ବାଦୁଡିଗୁଡିକ ଗୁମ୍ଫା ଏବଂ ସୁଡଙ୍ଗରେ ରୁହନ୍ତି। ସାଧାରଣ ପ୍ରଜାତିର ବାଦୁଡିଙ୍କଠାରୁ ଠାରୁ ଏହା ଭିନ୍ନ। ସେମାନଙ୍କ ହାତ ସହିତ, ସେମାନଙ୍କ ଶରୀରର ଗଠନ ମଧ୍ୟ ଅଲଗା।
ଏହି ପ୍ରଜାତିର ନମୁନା ଶ୍ରୀଲଙ୍କାର ଉଭା ପ୍ରଦେଶର ଇଡୁଲଗାଶିନା ଗୁମ୍ଫାରୁ ସଂଗ୍ରହ କରାଯାଇ ବର୍ତ୍ତମାନ ଦେଶର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଜମା କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନ ୨୦୧୯ରେ ଶ୍ରୀଲଙ୍କାରେ କରାଯାଇଥିଲା। କିନ୍ତୁ ଉଭୟ ଶ୍ରୀଲଙ୍କା ଏବଂ ଭାରତରେ ସମ୍ପୂର୍ଣ୍ଣ ହେବାକୁ ତିନି ବର୍ଷ ଲାଗିଯାଇଛି। ଏହି ଅନୁସନ୍ଧାନରେ ଅତି କମରେ ୧୩ ଜଣ ବିଶିଷ୍ଟ ବୈଜ୍ଞାନିକ ଜଡିତ ଥିଲେ। ଏଥିମଧ୍ୟରେ ଶ୍ରୀଲଙ୍କାର ୬ ଜଣ ବୈଜ୍ଞାନିକ ଏବଂ ଭାରତ, ରୁଷିଆ, ସ୍ବିଜରଲ୍ୟାଣ୍ଡ, ହଙ୍ଗେରୀ, ବ୍ରିଟେନ ଏବଂ ଆମେରିକାର ଜଣେ ଲେଖାଏ ବୈଜ୍ଞାନିକ ଥିଲେ।

Share