Categories: ଜାତୀୟ

ଗୁଜରାଟରେ ଦୁର୍ଲଭ ଓ୍ବାର ମିନେରାଲ ଭାନାଡିୟମର ସନ୍ଧାନ…

ଅହମଦାବାଦ,୧୮।୯ : ଇସ୍ପାତକୁ ମଜବୁତ କରୁଥବା ଏବଂ ବ୍ୟାଟେରୀ ତିଆରି କରିବା ପାଇଁ ବ୍ୟବହୃତ ଓ୍ବାର ମିନେରାଲ(ଯୁଦ୍ଧ ଖଣିଜ) ଭାରତରେ ବିରଳ। କିନ୍ତୁ ଦାବି କରାଯାଇଛି ଗୁଜରାଟର ଆଲାଙ୍ଗ ନିକଟ ଆରବ ସାଗରରେ ଖୋଳା ଯାଇଥିବା ଖମ୍ବାଟ ଉପସାଗରରୁ ସଂଗୃହିତ ପଲିଥିନ ନମୁନାରେ ଏହି ବିରଳ ଖଣିଜ ‘ଭାନାଡିୟମ’ର ସନ୍ଧାନ ମିଳିଛି ।

ବାସ୍ତବରେ, ଭାନାଡିୟମ ଅନେକ ଶିଳ୍ପରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ପକ୍ଷରୁ ପଙ୍କ କାଦୁଅ ଉପରେ କରାଯାଇଥିବା ଗବେଷଣାରେ ଭାନାଡିୟମର ସମ୍ଭାବ୍ୟ ନୂତନ ଉତ୍ସ ମିଳିଥିବା ରିପୋର୍ଟ କରାଯାଇଛି।

ମାଙ୍ଗାଲୋରର ଜିଏସଆଇର ମେରାଇନ ଆଣ୍ଡ କୋଷ୍ଟାଲ ସର୍ଭେ ଡିଭିଜନ (ଏମସିଏସଡି) ର ଗବେଷକ ବି ଗୋପକୁମାର କହିଛନ୍ତି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହି ପଙ୍କ କାଦୁଅ ଉପରେ ଗବେଷଣା କରିଛି ଯାହା ପ୍ରଥମେ ଭାନାଡିୟମର ଏକ ନୂତନ ଉତ୍ସ ବିଷୟରେ ଜଣାଇଛି।  ଏହି ବିଷୟରେ  ନେଚର ପତ୍ରିକାରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି। ଭାରତର ଉପକୂଳ ଅଞ୍ଚଳରେ ଭାନାଡିୟମର ଉପସ୍ଥିତି ଦାବି କରୁଥିବା ପ୍ରଥମ ରିପୋର୍ଟ ଏଥିରେ ପ୍ରକାଶ ପାଇଛି।

ଭାନାଡିୟମ କ୍ୱଚିତ ଏହାର ଶୁଦ୍ଧ ରୂପରେ ମିଳିଥାଏ। ଏହା ୫୫ରୁ ଅଧିକ ବିଭିନ୍ନ ଖଣିଜ ପଦାର୍ଥରେ ମିଶ୍ରିତ ଭାବେ ରହିଥିବାର ମିଳିଥାଏ। ଫଳରେ ଏହାର ଉତ୍ପାଦନ ମହଙ୍ଗା ପଡିଥାଏ। ଖମ୍ବାଟ ଉପସାଗରରେ ଭାନାଡିୟମ ଟାଇଟାନୋମାଗ୍ନେଟାଇଟ ନାମକ ଏକ ଖଣିଜ ପଦାର୍ଥରୁ ମିଳିଥାଏ, ଯାହା ତରଳ ଲାଭା ଶୀଘ୍ର ଥଣ୍ଡା ହେବାପରେ ସୃଷ୍ଟି ହୋଇଥାଏ।

ଜିଏସଆଇ ବୈଜ୍ଞାନିକମାନେ କହିଛନ୍ତି, ଖମ୍ବାଟ ଉପସାଗରରେ ଜମା ହୋଇଥିବା ଭାନାଡିଫେରସ ଟାଇଟାନୋମାଗ୍ନେଟାଇଟ ବୋଧହୁଏ ନର୍ମଦା ଏବଂ ତାପ୍ତି ନଦୀ ଦେଇ ଡେକାନ ବେସାଲ୍ଟରୁ ବାହାର କରାଯାଇଛି। ଏଥି ସହିତ, ବୈଜ୍ଞାନିକମାନେ ଖମ୍ବାଟ ଉପସାଗରର ସ୍ବେରେଜ (ପଙ୍କ କାଦୁଅ) ରୁ ୬୯ ନମୁନା ସଂଗ୍ରହ କରିଥିଲେ।

 

Share