ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା। ଏସମ୍ପର୍କିତ ରିପୋର୍ଟ କ୍ୱାର୍ଟେନାରୀ ସାଇନ୍ସ୍‌ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଜର୍ମାନୀର ମାକ୍ସ୍‌ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୮୦ ହଜାର ବର୍ଷ ତଳେ ଏଠାରେ ନଦୀ ପ୍ରବାହିତ ହେଉଥିଲା। ସେହିପରି ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ ଏବଂ କୋଲକାତାର ଆଇଆଇଏସ୍‌ଇଆର୍‌ ପକ୍ଷରୁ ବିକାନେର୍‌ର ନାଲ୍‌ ଗାଁରେ ଗବେଷଣା କରାଯାଇ ଏସମ୍ପର୍କିତ ତଥ୍ୟ ହାସଲ କରାଯାଇଥିଲା। ୨୦୧୪ରୁ ୨୦୧୯ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ଆନ୍ନା ବିଶ୍ୱବିଦ୍ୟାଳୟର ପ୍ରଫେସର ହେମା ଅଚ୍ୟୁଥାନ୍‌ଙ୍କ ଅନୁସାରେ ଏଠାରେ ପ୍ରବାହିତ ହେଉଥିବା ନଦୀ କାଳକ୍ରମେ ବାଲୁକା ସ୍ତୁପ ଦ୍ୱାରା ପୋତି ହୋଇଥିଲା।

Share