ବର୍ଣ୍ଣବୈଷମ୍ୟ ଅଭିଯୋଗ: ଇସ୍ତଫା ଦେଲେ ରଶ୍ମୀ ସାମନ୍ତ

ନୂଆଦିଲ୍ଲୀ/ଲଣ୍ଡନ,୧୮।୨: ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଫେସ୍‌ବୁକ୍‌ରେ ସେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ବର୍ଣ୍ଣବୈଷମ ଅଭିଯୋଗ ଆସିବା ପରେ ସେ ମର୍ମାହତ ହୋଇ ଏଭଳି କରିଛନ୍ତି। ଏକ ପୁରାତନ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ ସମାଲୋଚନା ଜାରି ରହିଥିଲା। ମାଲେସିଆ ବୁଲିବା ସମୟରେ ସେ ଇନଷ୍ଟାଗ୍ରାମ୍‌ରେ ୨୦୧୭ରେ ଏକ ଫଟୋ ଅପଲୋଡ୍‌ କରି କ୍ୟାପଶନରେ ଚିଙ୍ଗ୍‌ ଚ୍ୟାଙ୍ଗ୍‌ ଲେଖିଥିଲେ। ଏହା ଚାଇନା ଏବଂ ଇୟୁଦୀ ଛାତ୍ରଙ୍କୁ ଆଘାତ ଦେଇଥିବା ନେଇ ଚର୍ଚ୍ଚା ହେବା ପରେ ରଶ୍ମୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରଶ୍ମୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଲିନାକ୍ରି କଲେଜରେ ଏନର୍ଜି ସିଷ୍ଟମ୍‌ ପାଠ୍ୟକ୍ରମରେ ଏମ୍‌ଏସ୍‌ସି କରୁଛନ୍ତି। ସେ କର୍ନାଟକ ମଣିପାଳ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଜଣେ ପୂର୍ବତନ ଛାତ୍ରୀ।

Share