ତିନୋଟି ସ୍ତରରେ ଭେଦଭାବ

୪ ଶତାବ୍ଦୀ ପୂର୍ବରୁ ରାଷ୍ଟ୍ରଦୂତ ସାର୍‌ ହେନେରୀ ୱାଟନ କୂଟନୀତିଜ୍ଞଙ୍କ ସଂଜ୍ଞା ନିରୂପଣ କରିଥିଲେ। ତାଙ୍କ ମତରେ କୂଟନୀତିଜ୍ଞ ହେଉଛନ୍ତି ଜଣେ ସଚ୍ଚୋଟ ଭଦ୍ରଲୋକ, ଯାହାଙ୍କୁ ନିଜ ଦେଶର ମଙ୍ଗଳ ପାଇଁ ବିଦେଶରେ ମିଛ କହିବା ପାଇଁ ପଠାଯାଇଥାଏ। ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସରକାରଙ୍କର ଜଣେ ଭଲ ମୁଖପାତ୍ର। ତେଣୁ ସେ ଯାହା କହୁଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ବୋଲି ବିବେଚନା କରାଯିବା ଉଚିତ ନୁହେଁ। ଆମ ଦେଶର ମଙ୍ଗଳ ପାଇଁ ତାଙ୍କୁ ବିଦେଶରେ ମିଛ କହିବାକୁ ପଠାଯାଇଛି। ଆଜିକାଲି ସେ ୱାଶିଂଟନରେ ରହି ଭାରତରେ ଘଟୁଥିବା ବଡ଼ ଘଟଣାଗୁଡ଼ିକ ଉପରେ ବିଶ୍ୱକୁ ସୂଚିତ କରୁଛନ୍ତି। ଥରେ ଏକ ସଭାରେ ତାଙ୍କୁ ଜଣେ ସାମ୍ବାଦିକ ବିଦେଶରେ ଭାଜପା ନେତାମାନେ ସାମ୍ନା କରୁଥିବା ଏକ ପ୍ରଶ୍ନ ବିଷୟରେ ପଚାରିଥିଲେ। ପ୍ରଶ୍ନଟି ହେଉଛି- ‘ଆପଣ ଅନ୍ୟ ଭାରତୀୟ, ବିଶେଷକରି ମୁସଲମାନମାନଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି? ଜୟଶଙ୍କର କହିଥିଲେ, ”ମୋତେ ଆପଣ ଭେଦଭାବପୂର୍ଣ୍ଣ ବୋଲି ଯାହା ଦର୍ଶାଇବାକୁ ଚାହଁୁଛନ୍ତି ତାହାକୁ ମୁଁ ଅସ୍ବୀକାର କରେ“ ଏବଂ ଏହା ଏଏନ୍‌ଆଇ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ପ୍ରକାଶ ପାଇଥିଲା। ଏହା ଅତ୍ୟନ୍ତ ସ୍ପଷ୍ଟ ଏବଂ କାହାକୁ ଦେଖାଇବା କିମ୍ବା ବୁଝାଇବା ଆବଶ୍ୟକ ନାହିଁ। ତିିନୋଟି ସ୍ତରରେ ଭାଜପା ଭେଦଭାବ କରେ। ପ୍ରଥମଟି ହେଉଛି ଅନ୍ୟକୁ ବାଦ୍‌ ଦେଉଛି। ଇତିହାସରେ ପ୍ରଥମ ଥର ପାଇଁ ଆମର କୌଣସି ମୁସଲିମ କେନ୍ଦ୍ରମନ୍ତ୍ରୀ ନାହାନ୍ତି, କୌଣସି ମୁସଲମାନ ସାଂସଦ ନାହାନ୍ତି, ଭାରତର କୌଣସି ସ୍ଥାନରେ ଭାଜପାର କୌଣସି ମୁସଲମାନ ବିଧାୟକ ନାହାନ୍ତି। ଦ୍ୱିତୀୟରେ ଭାଜପା ଆଇନ ମାଧ୍ୟମରେ ସଂଖ୍ୟାଲଘୁଙ୍କୁ ଜାଣିଶୁଣି ହଇରାଣ କରୁଛି। ପ୍ରଧାନମନ୍ତ୍ରୀ ଗୋଲାପୀ ବିପ୍ଳବ ଘୋଷଣା କରିବା ପରେ ଭାରତରେ ବିଫ୍‌ ଲିଚିଂ ବା ଗୋମାଂସକୁ ନେଇ ଭିଡ଼ହିଂସା ଦେଖାଦେଲା। ୨୦୧୫ରେ ଭାଜପା ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ଗୋମାଂସ ରଖିବାକୁ ଅପରାଧ ଦର୍ଶାଇବା ପାଇଁ ଆଇନ ଆଣିବା ପରେ ପରେ ଭିଡ଼ ହିଂସା ଆରମ୍ଭ ହୋଇଗଲା।
୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାସ୍‌ କରାଗଲା। ଭାରତର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଏହାକୁ ସଣ୍ଢୁଆସୀର ଗୋଟିଏ ଭାଗ ବୋଲି କହିିଥିଲେ। ଅନ୍ୟଟି ଥିଲା ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)। ପଡୋଶୀ ରାଜ୍ୟରୁ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ବାଛି ବାହାର କରିବା ଏବଂ ପରେ ମୁସଲମାନମାନଙ୍କ ପାଇଁ ଏହା ଲାଗୁ କରିବା ଏହିସବୁ ଆଇନର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ। କେବଳ ଭାରତରେ ଥିବା ମୁସଲମାନଙ୍କ ପାଇଁ ଛାଡ଼ପତ୍ର ଏକ ଅପରାଧ। ବାକି ସମସ୍ତଙ୍କ ପାଇଁ ଏହା ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ। ୨୦୧୯ରେ ଆଇନର ଏକ ପରିବର୍ତ୍ତନ ଦ୍ୱାରା ଏହା ଘଟିଛି। ୨୦୧୮ରୁ ଭାଜପା ଶାସିତ ରାଜ୍ୟଗୁଡିକ ଆନ୍ତଃ ଧର୍ମୀୟ ବିବାହର ଅପରାଧୀକରଣ ଆଇନ ଆଣିଛନ୍ତି ଓ ଏହାକୁ ସେମାନେ ‘ପ୍ରେମ ଜିହାଦ’ ବୋଲି କହିଛନ୍ତି। ତେବେ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଭାଜପା ସ୍ବୀକାର କରିଛି ଯେ, ପ୍ରେମ ଜିହାଦ ଭଳି କୌଣସି ବିଷୟ ନାହିଁ, ତଥାପି ଆଇନଗୁଡ଼ିକ ଆବଶ୍ୟକ। ମଧ୍ୟପ୍ରଦେଶର ୨୦୨୧ରେ ପାରିତ ହୋଇଥିବା ଆଇନରେ ଜଣଙ୍କର ସନ୍ତାନ ଥିଲେ ବିବାହକୁ ରଦ୍ଦ କରିବାର କ୍ଷମତା ରହିଛି। ଏହି ଆଇନ ଉତ୍ତରାଖଣ୍ଡ (୨୦୧୮), ହିମାଚଳ ପ୍ରଦେଶ (୨୦୧୯), ଉତ୍ତରପ୍ରଦେଶ (୨୦୨୦), ଗୁଜରାଟ ଏବଂ ମଧ୍ୟପ୍ରଦେଶ (୨୦୨୧), କର୍ନାଟକ ଏବଂ ହରିୟାଣା (୨୦୨୨)ରେ ଅଣାଯାଇଛି। ୨୦୧୯ରେ ଗୁଜରାଟ ଏକ ଆଇନରେ କରାଯାଇଥିବା ସଂଶୋଧନ ମୁସଲମାନଙ୍କ ସମ୍ପତ୍ତି ବିକ୍ରୟ ଏବଂ ଲିଜ୍‌ ପ୍ରତ୍ୟାହାର କରିବାକୁ ଜିଲାପାଳଙ୍କୁ ଅଧିକାର ପ୍ରଦାନ କରିଛି। ଅର୍ଥାତ୍‌ ଗୁଜରାଟର ମୁସଲମାନମାନେ ଗୁଜରାଟରେ ସମ୍ପତ୍ତି ଲିଜ୍‌ ନେବା କିମ୍ବା କ୍ରୟ କରିପାରିବେ ନାହିଁ, ଅଥଚ ବିଦେଶୀମାନେ ସେଠାରେ ତାହା ପାରିବେ। ୨୦୧୭ରେ ଗୁଜରାଟରେ ଗୋହତ୍ୟାକୁ ଏକ ଆର୍ଥିକ ଅପରାଧ ଦର୍ଶାଯାଇ ଦଣ୍ଡସ୍ବରୂପ ଆଜୀବନ କାରାଦଣ୍ଡ ରଖାଯାଇଛି। ଅନେକ ହଜାର କୋଟି ଟଙ୍କା ଠକେଇ ସମେତ ଭାରତରେ ଅନ୍ୟ କୌଣସି ଅର୍ଥନୈତିକ ଅପରାଧ ଆଜୀବନ ଜେଲଦଣ୍ଡକୁ ସୂଚିତ କରେ ନାହିଁ।
ନିକଟରେ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ବଳରେ ଜେଲରେ ଥିବା ୧୩୯ ଜଣଙ୍କ ମଧ୍ୟରୁ ୭୬ ଜଣ ଗୋହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ହେଲେ ବି ଆମେ ଏହି ଆଇନଗୁଡ଼ିକୁ ନେଇ ଆଗକୁ ଯାଇପାରିଲେ। କିନ୍ତୁ ଆସନ୍ତୁ ଦେଖିବା ତୃତୀୟ ସ୍ତରରେ ଜୟଶଙ୍କର ଓ ତାଙ୍କ ଦଳର କାର୍ଯ୍ୟକଳାପ କିଭଳି ସଂଖ୍ୟାଲଘୁଙ୍କୁ ଭେଦଭାବ କରନ୍ତି। ଜୟଶଙ୍କରଙ୍କ ସରକାର(ଭାଜପା) ନିର୍ଦ୍ଦେଶରେ ୨୦୨୨ରେ ଜଣେ ଗୁଜରାଟୀ ମୁସଲମାନ ମହିଳାଙ୍କ ବଳାକତ୍ାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ମୁକ୍ତ କରାଯାଇଥିଲା। ମହିଳାଙ୍କ ଶିଶୁ କନ୍ୟାକୁ ଏହି ବଳାତ୍କାରକାରୀମାନେ ହତ୍ୟା କରିଥିଲେ। ଜଣେ ମୁସଲମାନଙ୍କ ଭିଡ଼ ହିସାକୁ କେନ୍ଦ୍ରକରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ୨୦୧୮ରେ ଜୟଶଙ୍କରଙ୍କ ଜଣେ ସାଥୀ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇଥିଲେ। ଜୟଶଙ୍କରଙ୍କ ସାଂସଦମାନେ ସଂସଦ ଭିତରେ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କ ସହକର୍ମୀମାନେ କହିଥିବା ବିଷୟଗୁଡ଼ିକର ତାଲିକା ବହୁତ ଲମ୍ବା। ଏସବୁ କହିବା ପରେ ସେମାନେ ଯାହା କରିଥିଲେ ସେଥିପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ମୁସଲମାନମାନଙ୍କୁ ଯାହା ନ କହିବା କଥା ତାହା ଜଣେ ମହିଳା କହିଲେ। କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସେ ଜଣେ ମନ୍ତ୍ରୀ। ସେ କହିଲେ, ଯଦି ସମସ୍ତ ମୁସଲମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କୁହାଯାଏ, ତେବେ ଆଜିର ଦିନରେ ଦେଶର ସ୍ଥିତି ଖୁବ୍‌ ଭଲ ହୋଇଯିବ। କଥା ହେଉଛି,ସଭାରେ ଏମିତି କହିବାବେଳେ ଜୟଶଙ୍କର ସେମାନଙ୍କ ପାଖରେ ବସିଥା’ନ୍ତି।
ଏହି ତଥ୍ୟଗୁଡିକୁ ଦେଖି ଆମେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ, କାରଣ ୨୦୧୪ରୁ ସେଗୁଡ଼ିକ ସହ ଆମେ ରହିଆସୁଛୁ। କେବଳ ନୂଆ ଭାରତରେ ଧର୍ମାନ୍ଧତା ଏବଂ କୁସଂସ୍କାର ଏବଂ ଭେଦଭାବ ସାଧାରଣ ବିଷୟ ହୋଇନାହିଁ, ବରଂ ଜୟଶଙ୍କର ଏବଂ ତାଙ୍କ ଦଳ ରାଜନୈତିକ ଦୃଷ୍ଟିରୁ ଲୋକପ୍ରିୟ ହେବାର ଏହା ମଧ୍ୟ ଏକ କାରଣ। ତାହାକୁ ପ୍ରକାଶ କରିବା ଦ୍ୱାରା କ୍ଷତି ଘଟୁଛି, ଯାହା ଆମେ ଦେଖୁଛୁ, ଶୁଣୁଛୁ ଓ ଅନୁଭବ କରିପାରୁଛୁ। ସମସ୍ତ ଦେଶରେ ତ୍ରୁଟି ରହିଛି ଏବଂ କୂଟନୀତିଜ୍ଞମାନେ ବିଦେଶରେ ମିଛ କହୁଥିବା ମନେକରାଯାଏ। ହେଲେ ଜୟଶଙ୍କରଙ୍କୁ କହିବାକୁ ହେବ ଯେ, ଏହା ସେମାନଙ୍କ ଦେଶର ମଙ୍ଗଳ ପାଇଁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri