ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ ସମ୍ପର୍କରେ ଆଲୋଚନା

ପଟ୍ଟାଙ୍ଗି,୫।୨(ଡି.ଏନ.ଏ.): କୋରାପୁଟ ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରି ଯାଇଥିବା ବେଳେ ତାଙ୍କ ସହ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲାରେ ରହି ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି ଅବସରରେ ସେ ଶନିବାର ପଟ୍ଟାଙ୍ଗି ବ୍ଲକର ପର୍ଯ୍ୟଟନସ୍ଥଳୀ ଦେଓମାଳିକୁ ଗସ୍ତ କରି ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ କିପରି ଏଠାକୁ ଆକୃଷ୍ଟ କରି ଅଣାଯିବ ସେନେଇ ୫-ଟି ସଚିବ ଗୁରୁତ୍ୱାରୋପ କରିଥିଲେ। ସଚିବଙ୍କ ଗସ୍ତ ପୂର୍ବରୁ ଦେଓମାଳି ପର୍ଯ୍ୟଟନସ୍ଥଳୀକୁ ସ୍ଥାନୀୟ, ବିଭିନ୍ନ ଜିଲା ଓ ଜିଲା ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କିଛି ସମୟ ପାଇଁ ଅଟକାଇ ରଖାଯାଇଥିଲା। ଖବର ସଂଗ୍ରହ କରିବାକୁ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଥିଲା। ଏ ସମ୍ପର୍କରେ ବିଡିଓ ସୌମ୍ୟ ସାର୍ଥକ ମିଶ୍ର ଓ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ପଚାରିବାରୁ ଉଭୟେ ଜିଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି ହୋଇଥିବା ପ୍ରକାଶ କରିଥିଲେ।

Share