କାହିଁକି ସିଦ୍ଧାର୍ଥ – କିଆରାଙ୍କ ଫଟୋକୁ ନେଇ ଚର୍ଚ୍ଚା

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫିଲ୍ମରୁ ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀ ବହୁତ ପ୍ରଶଂସା ପାଇଛନ୍ତି । ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରା ନିଜ ଇନଷ୍ଟାଗ୍ରମ ଷ୍ଟୋରୀରେ ଏକ ରୋମାଣ୍ଟିକ ଫଟୋ ଶେୟାର କରି ତାଙ୍କ ପ୍ରିୟ ସିଡଙ୍କୁ ସୁନ୍ଦର ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ କିଆରା ଯେଉଁ ଫଟୋ ଶେୟାର କରିଥିଲେ, ତାହା କୌଣସି ଫିଲ୍ମର ଶୁଟିଂ ସମୟର ନୁହେଁ, ବରଂ ଏହା ଏକ ରିୟଲ ଲାଇଫ ରୋମାଣ୍ଟିକ ଫଟୋ ବୋଲି କୁହା ଯାଉଛି। ଯେଉଁଥିରେ କିଆରା ଓ ସିଦ୍ଧାର୍ଥ ବହୁତ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି । କିଆରା ଏହି ଫଟୋର କ୍ୟାପଶନରେ ଲେଖିଛନ୍ତି, ‘ହାପି ହାପି ବାର୍ଥଡେ’ ମୋର ଅତି ପ୍ରିୟ ବ୍ୟକ୍ତି। ଏହା ସହ କିଆରା ଗୋଟିଏ ରେଡ ହାର୍ଟର ଇମୋଜି ଦେଇଥିଲେ। ସୋସିଆଲ ମିଡିଆରେ କିଆରାଙ୍କର ଏଭଳି ପୋଷ୍ଟ ଫ୍ୟାନମାନଙ୍କ ଉତ୍ସାହକୁ ବଢ଼ାଇ ଦେଇଛି । ରିପୋର୍ଟ ଅନୁଯାୟୀ , ଦୁଇଜଣ ଦୀର୍ଘ ଦିନରୁ ପରସ୍ପରକୁ ଡେଟ କରୁଛନ୍ତି ଏବଂ ଏହି ବର୍ଷ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ହେଲେ ଦୁହେଁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲି ଭାବେ ଘୋଷଣା କରି ନାହାନ୍ତି ।

Share