Categories: ଜାତୀୟ

ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲେ ଇୟୁ ପ୍ରତିନିଧି

ନୂଆଦିଲ୍ଲୀ,୩୦।୪: ୟୁରୋପୀୟ ସଂଘ (ଇୟୁ)ର ମାନବାଧିକାର ସମ୍ପର୍କିତ ସ୍ବତନ୍ତ୍ର ପ୍ରତିନିଧି ଇଏମୋନ୍‌ ଗିଲ୍‌ମୋର ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି, ସାମ୍ପ୍ରଦାୟିକ ହିଂସା, ଦେଶଦ୍ରୋହ ଏବଂ ଆତଙ୍କବାଦ ନିରୋଧୀ ଆଇନ ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗ ସରକାରଙ୍କ ଆଗରେ ଉଠାଇଛନ୍ତି। ଗିଲମୋର କହିଛନ୍ତି, ଗୁରୁବାର ତାଙ୍କ ଭାରତ ଗସ୍ତବେଳେ ସେ ଜାତୀୟ ମାନବାଧିକାର ଆୟୋଗ ସଦସ୍ୟମାନଙ୍କ ସହ ସାକ୍ଷାତ କରିଥିଲେ। ତାଙ୍କ ସହ ଭାରତରେ ଅବସ୍ଥାପିତ ଇୟୁ ଅମ୍ବାସଡର ଉଗୋ ଅଷ୍ଟୁଟୋ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି ମଧ୍ୟ ନୂଆଦିଲ୍ଲୀ ଆସିଥିଲେ। ଇୟୁ ପ୍ରତିନିଧି ଦଳ ପ୍ରଥମେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ୍‌ ଅରୁଣ କୁମାର ମିଶ୍ରଙ୍କୁ ଭେଟିଥିଲେ।

Share