ନୂଆଦିଲ୍ଲୀ, ୮।୫: ଦେଶର ସର୍ବବୃହତ୍ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ର ଆଇପିଓ କାର୍ଯ୍ୟକ୍ରମ ପରେ ସରକାର କୌଣସି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଏପରିକି ଉକ୍ତ ବୀମା କମ୍ପାନୀର ଘରୋଇକରଣ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମରେ ଏ ନେଇ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁସାରେ ସରକାର ନିଜର ୩ ସାଧାରଣ ବୀମା କମ୍ପାନୀ, ନ୍ୟାଶନାଲ ଇନ୍ସ୍ୟୁରାନ୍ସ କୋ, ୟୁନାଇଟେଡ୍ ଇନ୍ସ୍ୟୁରାନ୍ସ କୋ ଏବଂ ଓରିଏଣ୍ଟାଲ ଇଣ୍ଡିଆ ଇନ୍ସ୍ୟୁରାନ୍ସ ମଧ୍ୟରୁ ଗୋଟିଏକୁ ଘରୋଇକରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।