Posted inରାଜ୍ୟ

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ

ଭୁବନେଶ୍ୱର,୧୪।୬(ଅନିଲ ଦାସ): ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନ ନିବାସକୁ ବିଜେଡି ନେତାମାନେ ନିୟମିତ ବ୍ୟବଧାନରେ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରୁଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉଭୟ ବିଜୟୀ ଓ ପରାଜିତ ଦଳୀୟ ପ୍ରାର୍ଥୀଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଡାକି ନବୀନ ଆଲୋଚନା କରୁଛନ୍ତି। ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ସଭାପତିଙ୍କୁ ଭେଟୁଛନ୍ତି।
ଗୁରୁବାର ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ରଘୁନାଥ ମହାନ୍ତି ପ୍ରମୁଖ ନବୀନଙ୍କୁ ସାକ୍ଷାତ କରିଛନ୍ତି।

ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ଦଳର ସଭାପତିଙ୍କୁ ସାକ୍ଷାତ କରିବାକୁ ଆସିଥିଲୁ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳ ବିରୋଧୀ ଦଳ ଭୂମିକା କିପରି ନିର୍ବାହ କରିବ, ଆଗାମୀ ଦିନରେ ସଙ୍ଗଠନକୁ କିପରି ମଜଭୁତ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି। ନବୀନଙ୍କୁ ସାକ୍ଷାତ କରିବା ପରେ ଉଷା ଦେବୀ କହିଛନ୍ତି ଯେ ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ସେ କେବେ ଆଶା କରି ନ ଥିଲେ। ବହୁତ ସମୟ ଧରି ଆମେ ସରକାରରେ ଥିଲୁ। ପରିବର୍ତ୍ତନ ତ ହେବ। ହେଲେ ପରିବର୍ତ୍ତନ ହଠାତ୍‌ ଆସିଗଲା, ଯାହା ସେ ଆଶା କରି ନ ଥିବା କହିଛନ୍ତି।

ଅନ୍ୟପକ୍ଷରେ ନବୀନ ନିବାସ ସମ୍ମୁଖରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ହଟାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ତାଙ୍କ ବାସଭବନ ଆଗରେ କରାଯାଇଥିବା ବ୍ୟାରିକେଡ୍‌ଗୁଡ଼ିକୁ କାଢି ଦିଆଯାଇଛି। ଏଥିସହ ସେଠାରେ ମୁତୟନ ପୋଲିସ ଅଫିସରଙ୍କୁ ମଧ୍ୟ ଅପସାରଣ କରାଯାଇଛି। ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଆଉଟର କର୍ଡନରେ କେତେକ ସୁରକ୍ଷାକର୍ମୀ ଅଛନ୍ତି। ବିରୋଧୀ ଦଳ ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କିଛି ସୁରକ୍ଷାକୁ ଅପରିବର୍ତ୍ତିତ ରଖାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri