Categories: ଜାତୀୟ

ସିନ୍ଧୁନଦୀ ଜଳ ଚୁକ୍ତି ଆଲୋଚନା

ନୂଆଦିଲ୍ଲୀ, ୧୦।୮(ପି.ଟି.): କରୋନା ମହାମାରୀ ଯୋଗୁ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)ର ବାକି ଥିବା କେତେକ ପ୍ରସଙ୍ଗ ଉପରେ ଆଲୋଚନା ଭିଡିଓ କନ୍‌ଫରେନ୍ସ ଜରିଆରେ କରିବା ପାଇଁ ଭାରତ ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ ଓ୍ବାଘା ସୀମାରେ ବୈଠକ କରିବା ପାଇଁ ଇସ୍‌ଲାମାବାଦ ଚାପ ପକାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମହାମାରୀ ଯୋଗୁ ଅଟ୍ଟାରୀ ମିଳିତ ଚେକ୍‌ପୋଷ୍ଟରେ ବୈଠକ କରିବା ଠିକ୍‌ ନୁହେଁ ବୋଲି ଭାରତର ସିନ୍ଧୁନଦୀ ଜଳ କମିଶନର ତାଙ୍କ ପାକ୍‌ ପ୍ରତିପକ୍ଷଙ୍କୁ ଗତ ସପ୍ତାହରେ ପତ୍ର ଲେଖି ଜଣାଇଥିଲେ। ପାକିସ୍ତାନର ଅନୁରୋଧକ୍ରମେ ଗତ ମାର୍ଚ୍ଚ ମାସରେ ଏହି ବୈଠକ ହେବାର ଥିଲା। ତେବେ କରୋନା ପାଇଁ ତାହା ବିଳମ୍ବିତ ହୋଇଛି। ସ୍ଥିତି ସ୍ବାଭାବିକ ହେବା ଅପେକ୍ଷା କରିବା କିମ୍ବା ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ କରିବା ପାଇଁ ଭାରତ ପକ୍ଷରୁ ଜୁଲାଇ ପ୍ରଥମ ସପ୍ତାହରେ କୁହାଯାଇଥିଲା।

Share