ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ପୁରୁଣା ପାଠର ଆଲୋଚନା ଆରମ୍ଭ ହୋଇଛି। ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏହି ଚିନ୍ତନ ବୈଠକ ଅନୁଷ୍ଠିତ ହେବ। ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ଶୋଚନୀୟ ପରାଜୟ ନେଇ ଏହି ବୈଠକ ଡକାଇଛନ୍ତି।
ନିର୍ବାଚନ ଫଳାଫଳ ପରେ ଦଳର ଅସନ୍ତୁଷ୍ଟ ଜି-୨୩ ଗ୍ରୁପ୍ ପୁଣି ସକ୍ରିୟ ହେବା ସହିତ ନୂଆ ଅଧ୍ୟକ୍ଷ ନିର୍ବାଚନ ଦାବି କରିଛନ୍ତି। କଂଗ୍ରେସ ହାତରେ ସୁଯୋଗ ଥିଲେ ମଧ୍ୟ ଦଳ କୌଣସି ସଫଳତା ହାସଲ କରି ପାରି ନଥିବା ଅସନ୍ତୁଷ୍ଟ ଗ୍ରୁପ୍ ଅଭିଯୋଗ କରିଛନ୍ତି।
ତେବେ ଅନୁଷ୍ଠିତ ହେବାକୁଥିବା ବୈଠକରେ ପରାଜୟର କାରଣ ଖୋଜାଯିବ ବୋଲି କୁହାଯାଉଛି।