ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ ନ ଥିବା ବେଳେ ବିଶ୍ୱର ଆହୁରି ବହୁ ଦେଇ ଯୋଗ ଦେଇଥିଲେ । ହେଲେ ଗୁରୁବାର ପାକିସ୍ତାନ ଦ୍ୱାରା ଆୟୋଜିତ ଦ ଟ୍ରାଏକା ପ୍ଲସ ନାମକ ବୈଠକରେ ଚାଇନା ଯୋଗଦେବ ବୋଲି ଜଣାପଡିଛି । ଏହି ବୈଠକରେ ଯୋଗ ଦେବାକୁ ଆମେରିକା, ରୁଷିଆ ଓ ଚାଇନାର ରାଜନୈତିକଙ୍କୁ ନିମନ୍ତ୍ରଣ କରାଯାଇଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ୱାଂଗ ୱେନବିନ କହିଛନ୍ତି, ଚାଇନା ଏହି ବୈଠକରେ ପାକିସ୍ତାନକୁ ସମର୍ଥନ କରିବ । ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବିଶ୍ୱର ସମସ୍ତ ସହମତିକୁ ସମର୍ଥନ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହି ବୈଠକରେ ଆଫଗାନିସ୍ତାନ ମାମଲାରେ ବିଶେଷ ରାଜନୈତିକ ୟୁ ଜିୟା ୟାଁଙ୍ଗ ସାମିଲ ହେବେ ।

Share