ଏପଟେ ଆଲୋଚନା, ସେପଟେ ଆତ୍ମହତ୍ୟା

ଭୁବନେଶ୍ୱର,୫।୯(ବ୍ୟୁରୋ):କରୋନା ପରଠାରୁ ଲୋକଙ୍କ ଆତ୍ମହତ୍ୟା ପ୍ରବଣତା ବଢ଼ି ଚାଲିଛି। ଉନ୍ନତ ଜୀବନ ଶୈଳୀ ଭିତରେ ମଣିଷ ଜୀବନକୁ ମୂଲ୍ୟହୀନ ମନେ କରୁଛି। ବିଶେଷକରି ଓଡ଼ିଶାରେ ଆତ୍ମହତ୍ୟା ହାର ଜାତୀୟ ହାରଠାରୁ ଅଧିକ ରହିବା ଉଦ୍‌ବେଗ ସୃଷ୍ଟି କରିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ ପକ୍ଷରୁ ଆତ୍ମହତ୍ୟା ରୋକିବାକୁ ତର୍ଜମା ଓ ପର୍ଯ୍ୟାଲୋଚନା ଚାଲିଥିବାବେଳେ ରାଜଧାନୀରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବରକୁଦା ଅଞ୍ଚଳରେ ଥିବା ଏକ ନର୍ସିଂ କଲେଜରେ ଏହି ଘଟଣା ଘଟିଛି। କଲେଜ ପରିସର ହଷ୍ଟେଲରେ ଛାତ୍ରୀ ଜଣକ ଓଢଣୀ ଲଗାଇ ଝୁଲି ପଡିଛନ୍ତି। ମୃତ ଛାତ୍ରୀ ଜଣକ ହେଲେ ବଲାଙ୍ଗୀରର କୁନି କହଁର। ସେ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ବୋଲି ଜଣାପଡିଛି। ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରି ଆତ୍ମହତ୍ୟାର କାରଣ ଜାଣିବା ଲାଗି ତଦନ୍ତ ଚଳାଇଛି। ସେହିପରି ପରିବାର ଲୋକ ପହଞ୍ଚତ୍ବା ପରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ଏୟାରଫିଲ୍ଡ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share