Posted inରାଜ୍ୟ

ଭର୍ତ୍ତୃହରିଙ୍କ ଗତିବିଧିକୁ ନେଇ ଚର୍ଚ୍ଚା

କଟକ,୨୦ା୧(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଗତିବିଧିକୁ ନେଇ ଚର୍ଚ୍ଚା ଚାଲିଛି। ବିଜେଡିର ଏହି ବରିଷ୍ଠ ନେତା ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର ଫଟୋ ଭାଇରାଲ ହେବା ପରଠାରୁ ସେ ଭାଜପା ଆଡ଼କୁ ଢଳୁଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। କେନ୍ଦ୍ରମନ୍ତ୍ରୀଙ୍କୁ ସେ ସାକ୍ଷାତ୍‌ କରିବାର ଦୁଇଦିନ ପୂର୍ବରୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥିଲା।

ସେହିପରି ତାହାର କିଛିଦିନ ପୂର୍ବରୁ ତ୍ରିଶୁଳିଆଠାରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। କଟକରେ ଥାଇ ମଧ୍ୟ ଦୁଇଟି କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ନ ମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏସବୁକୁ ଦେଖିଲେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ଭର୍ତ୍ତୃହରିଙ୍କ ଆବଭାବକୁ ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ସେ ଆଗାମୀ ନିର୍ବାଚନରେ ଭିନ୍ନ ରଣନୀତି ଆପଣାଇ ହୁଏତ ଭାଜପାରେ ଯୋଗଦେଇପାରନ୍ତି। ହେଲେ ଭର୍ତ୍ତୃହରି ଏଭଳି ଆଲୋଚନାକୁ ଗୁଜବ ସ୍ତରରେ ରଖିବାକୁ ପସନ୍ଦ କରିଛନ୍ତି।

ଭର୍ତ୍ତୃହରି ୧୯୯୮ ମସିହାରୁ ଆଦ୍ୟାବଧି କଟକ ଲୋକ ସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ସଂସଦରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍‌ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି। ତେବେ ପରିବର୍ତ୍ତିତ ରାଜନୈତିକ ବାତାବରଣକୁ ଦେଖିଲେ ସେ ଅତୀତରେ ଦଳୀୟ ବ୍ୟାପାର ସଂକ୍ରନ୍ତୀୟ କେତେକ ମତ ଦେଇ ଚର୍ଚ୍ଚାରେ ରହିଥିଲେ। ତେଣୁ ରାଜନୈତିକ ସମୀକ୍ଷକମାନେ ତାଙ୍କ ରାଜନୈତିକ କ୍ୟାରିୟରରେ କିଛିଟା ପରିବର୍ତ୍ତନ ଦେଖାଦେଇପାରେ ବୋଲି ଭବିଷ୍ୟବାଣୀ କରୁଛନ୍ତି। କଟକରେ ଥାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଏହି ଆଶଙ୍କାକୁ ବଢ଼ାଇ ଦେଇଛି। ଏଥିସହିତ ଭର୍ତ୍ତୃହରିଙ୍କ ପାଇଁ କଟକ ରାଜନୀତି ଚଳଚଞ୍ଚଳ ହେଉଥିବା କୁହାଯାଉଛି।

ଗୋଟିଏ ପଟେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଓ ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ୍‌କୁ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଭେଟିଥିଲେ ମଧ୍ୟ ସେହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। କେତେକେ କହିଲେଣି ଯଦି ସେ ଭାଜପାକୁ ଢଳୁଛନ୍ତି ତା’ ହେଲେ ସାଧାରଣରେ ସ୍ପଷ୍ଟ କରିଦେବା ଦରକାର। ଆଉ ଗୋଟିଏ ଘଟଣା ଉପରେ ନଜର ପକାଯାଇପରେ।

ଗତ ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେଶନ ପରିଦର୍ଶନ କରିଥିଲେ। ହେଲେ ସେଠାରେ ଭର୍ତ୍ତୃହରି ଉପସ୍ଥିତ ନ ଥିଲେ। ଏପରିକି ୩୧ ଡିସେମ୍ବର ୨୦୨୩ରେ କଟକ ରେଳ ଷ୍ଟେଶନଠାରେ ଅମ୍ରିତ ଭାରତ ଏକ୍ସପ୍ରେସର କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନୀୟ ଏମ୍‌ପି ଭାବେ ସେ ଉପସ୍ଥିତ ରହି ନ ଥିଲେ। ତେବେ ପୂର୍ବରୁ ସଂସଦରେ ଭର୍ତ୍ତୃହରି ବହୁବାର କଟକ ରେଳ ଷ୍ଟେଶନର ବିକାଶ ପ୍ରସଙ୍ଗ ଉଠାଇଥିବାବେଳେ ରେଳମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କୁ ଦେଖିବାକୁ ନ ମିଳିବାର ରହସ୍ୟ ସାଧାରଣରେ ବୁଝିବା କଷ୍ଟକର ବୋଲି କୁହାଯାଇପାରେ।

ଭର୍ତ୍ତୃହରି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିବା ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ନେଇ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ବିଜେଡି ପ୍ରତିଷ୍ଠା ଦିବସରେ ଏମ୍‌ପି ଉପସ୍ଥିତ ରହିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ କାରଣ ଯୋଗୁ ସେ ରହିପାରି ନ ଥିଲେ। ହେଲେ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କର୍ଯ୍ୟକ୍ରମରେ ଏମ୍‌ପିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କ’ଣ ପାଇଁ ସେ ଉପସ୍ଥିତ ନ ଥିଲେ ତାହା ସ୍ପଷ୍ଟ ଜଣାନାହିଁ ବୋଲି ଦେବାଶିଷ କହିଛନ୍ତି। ସେହିପରି ମେୟର ସୁବାସ ସିଂଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଛନ୍ତି, ଭର୍ତ୍ତୃହରି ନେତାଜୀ ବସ୍‌ ଟର୍ମିନାଲ ଉଦ୍‌ଘାଟନ ଓ ବିଜେଡି ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିଥିଲେ।

ସେଭଳି କୌଣସି କାରଣ ନାହିଁ ଯେଉଁଥିପାଇଁ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି। ଯେଉଁ ଦୁଇଟି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିନାହାନ୍ତି ସେଥିରେ ତାଙ୍କର ବ୍ୟକ୍ତଗତ ସମସ୍ୟା କିଛି ଥାଇପାରେ ବୋଲି ସିଂ କହିଛନ୍ତି। ଅନ୍ୟପଟେ ଭର୍ତ୍ତୃହରିଙ୍କୁ ଉକ୍ତ ପ୍ରସଙ୍ଗରେ ପଚାଯିବାରୁ ସେ କହିଛନ୍ତି, ଶଙ୍ଖଭବନଠାରେ ନିକଟରେ ହୋଇଥିବା ଦୁଇଟି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ଏହାସହ ବିଜେଡି ପ୍ରତିଷ୍ଠା ଦିବସରେ ମଧ୍ୟ ସେ ଯୋଗଦେଇଥିଲେ। ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ସେତେବେଳେ ସେ ସେଠାକୁ ଯାଇପାରି ନ ଥିଲେ ବୋଲି କହିଛନ୍ତି। ହେଲେ ବାଲିଯାତ୍ରା ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅବଗତ ନ ଥିଲେ। କେବଳ ଶୁଣିବାକୁ ପାଇଥିଲେ ଯେ, ସେଠାରେ କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ରହିଥିଲା। ତେବେ ସେହି ସମୟରେ ସେ କଟକରେ ଉପସ୍ଥିତ ନ ଥିଲେ ବୋଲି ଭର୍ତ୍ତୃହରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri