ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…

ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ସହିତ ପାରସ୍ପରିକ ସ୍ବାର୍ଥର କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଦୁଇ ଦେଶ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର କହିଛି ଯେ ଆତଙ୍କବାଦ, ଜାତିସଂଘର ଶାନ୍ତି ରକ୍ଷା ଏବଂ ପାରସ୍ପରିକ ସ୍ବାର୍ଥ ପ୍ରସଙ୍ଗରେ ମିଳିତ ଜାତିସଂଘରେ ସହଯୋଗକୁ ମଜବୁତ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ଏବଂ ଡିସେମ୍ବରରେ ଫ୍ରାନ୍ସ ଏବଂ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବେ।

ଉଭୟ ଦେଶର ନେତା ଓ ଅଧିକାରୀମାନେ ମଧ୍ୟ ଏ ବିଷୟରେ ପରସ୍ପରକୁ ସୂଚନା ଦେଇଥିଲେ। ଆସନ୍ତା ମାସରେ ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନରେ ସେମାନେ ସପ୍ତାହବ୍ୟାପୀ ଉଚ୍ଚ ସ୍ତରୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ।

Share