ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…

ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି।

ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲା, କିନ୍ତୁ ସରକାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ପାକିସ୍ତାନ ସରକାର ଗତ ବର୍ଷ କାବୁଲରେ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ଅନୁରୋଧ କ୍ରମେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନା ପରେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

ତେବେ ଜେନେରାଲ ଅସୀମ ମୁନୀରଙ୍କୁ ପାକିସ୍ତାନର ନୂତନ ସେନା ମୁଖ୍ୟ ଭାବେ ନିଯୁକ୍ତ ହେବାର କିଛି ଦିନ ପୂର୍ବରୁ ଟିଟିପି ଗତ ବର୍ଷ ନଭେମ୍ବରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପରବର୍ତ୍ତୀ ସମୟରେ ଖାଇବର-ପସ୍ତୁନଖ୍ବା ଜିଲା ଉପରେ ବିଶେଷ ଗୁରୁତ୍ୱ ଦେଇ ଟିଟିପି ପୋଲିସ, ସୁରକ୍ଷା କର୍ମୀ ଏବଂ ସରକାରୀ ସ୍ଥାପନ ଉପରେ ଆକ୍ରମଣକୁ ତୀବ୍ର କରିଥିଲା।

ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଶେଷ ପର୍ଯ୍ୟାୟ ଆଲୋଚନା ସମୟରେ ଆଫଗାନିସ୍ତାନର କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକକାନି ମଧ୍ୟସ୍ଥି ଥିଲେ। ତେବେ ସେ ସେହି ଆଲୋଚନାରେ ଗ୍ୟାରେଣ୍ଟର୍‌ ଭାବରେ କାର୍ଯ୍ୟ କରି ନ ଥିଲେ। ବରିଷ୍ଠ ଅଧିକାରୀ ଖବରକାଗଜକୁ କହିଛନ୍ତି ଆମକୁ ଠୋସ ଗ୍ୟାରେଣ୍ଟି ଦରକାର। ତେଣୁ ଯେତେବେଳେ ଏହା ଦିଆଗଲା ସେତେବେଳେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଅଧିକାରୀ କହିଛନ୍ତି ପାକିସ୍ତାନୀ କର୍ତ୍ତୃପକ୍ଷ ସ୍ପଷ୍ଟ ଭାବରେ ଇସଲାମ ଆତଙ୍କବାଦୀ ସଂଗଠନକୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ପାକିସ୍ତାନ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାରଙ୍କୁ କହିଛି ଯଦି ଆତଙ୍କବାଦୀ ସଂଗଠନ ଆତ୍ମସମର୍ପଣ କରେ ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ଦିଏ ତେବେ ଟିଟିପି ସହ ଆଲୋଚନା ହୋଇପାରିବ।

Share