ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପାଖାପାଖି ୧୮ହଜାର ୪୫ ହେକ୍ଟରରେ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛୋଟ କିସମର ଧାନ ଏବେ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ବଡ଼ କିସମର ଧାନ କ୍ଷୀର ଭରିବା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସମୟରେ ଧାନଫସଲରେ ବିପିଏଚ୍‌ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପରାମର୍ଶ ପରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ବିପିଏଚ୍‌ ରୋଗ କାବୁ ହେଉ ନ ଥିବା ନେଇ ସିର୍ଲିଗୁଡାର ଲୋକନାଥ ଭଇଁଶାଳ, ଯାଦବ ପୋଢ଼, କୋକସରାର ଚିତ୍ତରଞ୍ଜନ ପଟ୍ଟନାୟକ, ହୃଷୀକେଶ ରାଉତ, ପ୍ରକାଶ ଚନ୍ଦ୍ର ଶବର, ଅଜିତ ପଟ୍ଟନାୟକ, ଗହନାମୁଣ୍ଡା ଗ୍ରାମର ଉଚ୍ଛବ ରାଉତ, ପୀତାମ୍ବର ବିଶି, ଗମ୍ଭାରୀଗୁଡା ଗ୍ରାମର ଚିନ୍ତାମଣି ପଟେଲ, ତପନ ପଟେଲ, ମହୁଳମୁଣ୍ଡାର ଭୀମସେନ ଚିଲାଗୁନ, ଝରିଆଗୁଡାର କେଶରୀ ବଚ୍ଛା, ଗଗନ ପଟ୍ଟନାୟକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ବିପିଏଚ ରୋଗପୋକ କିଛି ସମୟ ମଧ୍ୟରେ ଧାନ ବିଲକୁ ଚରି ଯାଉଥିବା ବେଳେ ଧାନକୁ ଅଗାଡି କରିଦେଉଛି। କଷ୍ଟ ଉପାର୍ଜିତ ସୁନାର ଫସଲ ନିମିଷକ ମଧ୍ୟରେ ନଷ୍ଟ ହୋଇଯାଉଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, କୃଷି ସମବାୟ, ଫାଇନାନ୍ସ କମ୍ପାନୀ, ମହାଜନୀ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ବେଳେ ବିପିଏଚ ରୋଗପୋକ ସେମାନଙ୍କ ପାଇଁ କାଳ ସାଜିଛି। ଏ ନେଇ କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝିଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ୭୯ ହେକ୍ଟରରେ ବିପିଏଚ୍‌ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ସେମଧ୍ୟରୁ ୫୪ ହେକ୍ଟର ନିୟନ୍ତ୍ରଣ ହୋଇ ସାରିଛି ଓ ୨୫ ହେକ୍ଟରରେ କିଛି ମାତ୍ରାରେ ବିପିଏଚ୍‌ର ପ୍ରଭାବ ରହିଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଚାଉଳ ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଲାଠୋର୨୪।୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କନ୍ଦେଇଛାପର ଗ୍ରାମବାସୀ ଏକ ଚାଉଳ ବୋଝେଇ ଗାଡ଼ିକୁ ଗୁରୁବାର ରାତିରେ ଅଟକ ରଖି ଲାଠୋର ପୋଲିସକୁ ଖବର...

ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ସରକାର: ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥାହେଲେ ଏମ୍‌ପି ଷଡ଼ଙ୍ଗୀ

ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ...

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା...

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍‌! ଚାପିବାକୁ ଚାଲିଛି ଉଦ୍ୟମ

ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍‌...

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା...

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri