ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ । ନିଜକୁ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ଚେଷ୍ଟା କରୁଥିବା ଦିଶା ଅନେକ ସମୟରେ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ନେଇଥାଆନ୍ତି । ଏଥର ସେ ୧୭୦ ଡିଗ୍ରୀ କିକ୍ ମାରି ଆସିଛନ୍ତି ଚର୍ଚ୍ଚାକୁ । ଯାହା ଏତେ ସରଳ ନୁହେଁ । ସ୍ଲୋ ମୋଶନରେ ଏଡିଟ୍ କରାଯାଇଥିବା ଏହି ଭିଡିଓଟି ଏବେ ଚର୍ଚ୍ଚାକୁ ଆସିଛି । ରେଡ ବକ୍ସର ସହ ବ୍ଲାକ ଟିସର୍ଟ ପିନ୍ଧି କିକରରେ ଫ୍ଲିପ୍ କରୁଥିବା ଦିଶା ଖତରନାକ କିକ୍ ମାରୁଥିବା ଦେଖାଯାଇଛି । ଯାହା ବାସ୍ତବରେ ଏକ ସଫଳତା ବୋଲି କୁହାଯାଉଛି । ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନମାନେ ପ୍ରଶଂସା କରି ଚାଲିଛନ୍ତି । ଜଣେ କହିଛନ୍ତି ଦିଶା ଧୀରେ ଧୀରେ ଟାଇଗରଙ୍କ ପାଖାପାଖି ହେଉଛନ୍ତି । ଟାଇଗର ମାର୍ଶାଲ ଆର୍ଟର ଜଣେ ପକ୍କା ଖିଲାଡି ହୋଇଥିବା ବେଳେ ଦିଶା ଯେ କମ୍ ନୁହେଁ ଏହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆଉ ଜଣେ ପ୍ରଶଂସକ କହିଛନ୍ତି, ମାଶଲ୍ଲାହା । ଦିଶା ନିଜକୁ ସବୁ ପ୍ରକାର ଫିଟ୍ ରଖିବାକୁ ୱାର୍କ ଆଉଟ୍ ସହ ଭଲ ଡାଏଟ ମଧ୍ୟ ନିଅନ୍ତି ତାହା ପୁଣି ଖୁବ୍ ଖୁସିରେ । ପୂର୍ବରୁ ଦିଶା ୮୦ କିଲୋ ଓଜନ ଉଠାଉଥିବା ଏକ ଭିଡିଓ ବି ଦେଖିବାକୁ ମିଳିଥିଲା । ସେ ସବୁବେଳେ ତାଙ୍କ ୱାର୍କ ଆଉଟ ଭିଡିଓ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥ।।ନ୍ତି । ଆଉ ଏଥରର ଏହି କିକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ ଏହି କିକ୍ ଦେଖି ଟାଇଗର ବି ଫିଦା ହୋଇଛନ୍ତି ।

Share