ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ । କାରଣ ଏହାର ପ୍ରଥମଭାଗରୁ ହିଁ ସେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ ବି କରିଥିଲେ । ଏସବୁ ଭିତରେ ‘ହିରୋପନ୍ତି ୨’ ରେ ତାରା ସୁତାରିଆ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଦେଖିବାକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ଗୁରୁବାର ରାତିରେ ମୁମ୍ବାଇରେ ହିରୋପନ୍ତି ୨ ର ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ବଲିଉଡର ବଡ ବଡ କଳାକାରମାନେ ଟାଇଗରଙ୍କ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ ।
ଏଥିରେ ଟାଇଗରଙ୍କ ବାନ୍ଧବୀ ତଥା ର‌୍ୟୁମର୍ଡ ଗର୍ଲଫ୍ରେଣ୍ଡ ଦିଶା ପାଟନି ବି ପହଞ୍ଚିଥିଲେ । ଲାଇଟ ପରପଲ କଲର ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିଲେ ଦିଶା । ହେଲେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଧରିଥିବା ହ୍ୟାଣ୍ଡବ୍ୟାଗକୁ ନେଇ ସେ ଟ୍ରୋଲ ହୋଇଛନ୍ତି । କାରଣ ଦିଶାଙ୍କ ହ୍ୟାଣ୍ଡ ବ୍ୟାଗଟି ଏତେ ଛୋଟ ଥିଲା ଯେ ବୁଝା ପଡୁ ନ ଥିଲା ସେ ସେଥିରେ କ’ଣ ରଖିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜଣେ ସୋସିଆଲ ମିଡିଆ ୟୁଜର ପଚାରିଛନ୍ତି ବୁଝି ପାରୁନି ଦିଶା ଏଥିରେ ରଖିଛନ୍ତି କ’ଣ । ଆଉ ଜଣେ ଲେଖିଛନ୍ତି ପ୍ରକୃତରେ ଏହି ବ୍ୟାଗରେ କ’ଣ ରହିପାରିବ । ଏମିତି କିଛି କମେଣ୍ଟ ଦେଖିବାକୁ ମିଳିଛି । ଯାହା ବି ହେଉ ଏବେ ଦିଶା-ଟାଇଗରଙ୍କ ରିଲେସନଶିପକୁ ନେଇ ଖୁବ୍ ଆଲୋଚନା ହେଉଥିବା ବେଳେ ଏନେଇ କିନ୍ତୁ ଖିଛି ଖୋଲାଖୋଲି କଥା ହୋଇ ନାହାନ୍ତି ଏହି ଯୋଡି ।

Share