ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ ଏହି ଦୁଇ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ନିକଟରେ ତାଙ୍କ ପ୍ରଥମ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମକୁ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ତେବେ ଫିଲ୍ମ ‘ ଯୋଦ୍ଧା’ର ପ୍ରଥମ ଲୁକ୍‌ ଶେୟାର କରି ଏହି ଫିଲ୍ମଟି ୧୧ ନଭେମ୍ବର ୨୦୨୨ରେ ପ୍ରେକ୍ଷାଳୟକୁ ଆସିବ ବୋଲି ନିର୍ମାତା ଘୋଷଣା କରିଥିଲେ। ଏହି ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଛନ୍ତି। ତେବେ ତାଙ୍କ ବିପକ୍ଷରେ ଅଭିନୟ କରିବା ମୁଖ୍ୟ ଅଭିନେତ୍ରୀଙ୍କ ନାମ ମଧ୍ୟ ଶନିବାର ଘୋଷଣା କରାଯାଇଛି। ସେ ହେଉଛନ୍ତି ଦିଶା ପଟାନି ଏବଂ ରାଶି ଖାନ୍ନା।

ଦିଶା ପଟାନି ଏହାର ଏକ ପୋଷ୍ଟର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେଥିରେ ଲେଖାଅଛି, ‘ଓ୍ବେଲକମ୍‌ ଦିଶା ପଟାନି’। ଅଭିନେତ୍ରୀ ଏହାର କ୍ୟାପଶନରେ ଲେଖିଛନ୍ତି, ‘ମୁଁ ଏହି ଯାତ୍ରାରେ ଯୋଗ ଦେବାକୁ ଯାଉଥିବାରୁ ବହୁତ୍‌ ଆନନ୍ଦିତ ଅଛି’। ସେହିପରି ରାଶି ଖାନ୍ନା ମଧ୍ୟ ଏକା ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ, ମୁଁ ଏହି ଟିମ୍‌ରେ ଯୋଗ ଦେବାକୁ ଅତ୍ୟନ୍ତ ଉତ୍ସାହିତ ଅଛି।

Share