ଫେରିଲେ ଦିଶା

ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍‌ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିଲେ । ଏବେ କିଛି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଶୁଟିଂ ସେଟ୍‌କୁ ଫେରି କଳାକାରମାନେ ନିଜର ଖୁସି ପ୍ରକାଶ କରିଛନ୍ତି । ରକୁଲ ପ୍ରିତ ସିଂ ଓ ଅର୍ଜୁନ କପୁରଙ୍କ ପରେ ଏବେ ବଲିଉଡ୍ ନାୟିକା ଦିଶା ପାଟନି ନିଜ କାମକୁ ଅର୍ଥାତ୍ ଶୁଟିଂ ସେଟକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏବେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଶେଷରେ ଆମ ଫେରିଲୁ । ଭିଡିଓରେ ସେ ତାଙ୍କ ଭ୍ୟାନିଟି ଭ୍ୟାନରେ ବସିଥିବା ପରି ଲାଗୁଛି । ତାଙ୍କୁ ମେକଅପ୍ ଦେବାଲାଗି ୨ ଯୁବତୀ ମାସ୍କ ପିନ୍ଧି ତାଙ୍କ ନିକଟରେ ଠିଆ ହୋଇଥିବା ଦେଖାଯାଇଛି । ଦିଶା କେଉଁ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ଶେୟାର କରିଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଶା ବଲିଉଡ୍ ନାୟକ ଟାଇଗରଙ୍କ ସହ ରିଲେସନଶିପରେ ଥିବା ଆଲୋଚନା ହେଉଥିବା ବେଳେ ଲକ୍‌ଡାଉନ ସମୟରେ ସେ ଟାଇଗରଙ୍କ ମା’ ଓ ଭଉଣୀଙ୍କ ସହ ସମୟ କାଟୁଥିବା ଦେଖାଯାଇଥିଲା । ଏମିତିକି ଟାଇଗରଙ୍କ ଭଉଣୀ କ୍ରିଷ୍ଣାଙ୍କ ଜନ୍ମଦିନରେ ସେ କ୍ରିଷ୍ଣାଙ୍କ ସହ ନଜର ଆସିଥିଲେ ।

Share