ସମ୍ପର୍କ ଉପରେ ବାଜିଲା ମୋହର

ବମ୍ବେ: ବଲିଉଡର ଆଉ ଜଣେ କଥିତ ଲଭ୍‌ବାର୍ଡଙ୍କ ସମ୍ପର୍କ ଉପରେ ବାଜିଲା ମୋହର। ଏକଦା ଅଭିନେତା ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ଚର୍ଚ୍ଚାରେ ରହୁଥିଲେ ଅଭିନେତ୍ରୀ ଦିଶା ପଟାନୀ। ହେଲେ ବ୍ରେକ୍‌ଅପ୍‌ ପରେ ଆଗକୁ ବଢ଼ିଛନ୍ତି ସେ। ଏବେ ସେ ଆଲେକ୍ସଜାଣ୍ଡର ଆଲେକ୍ସଙ୍କ ପ୍ରେମରେ। ନିକଟରେ ଦିଶା ଏକ ଭିଡିଓରେ ତାଙ୍କୁ ପ୍ରେମିକ ବୋଲି କହିଥିଲେ। ଏବେ ଆଲେକ୍ସଜାଣ୍ଡର ମଧ୍ୟ ନିଜ ବାହୁରେ ଦିଶାଙ୍କ ଫଟୋର ଟାଟୁ କରି ସମ୍ପର୍କ ପକ୍କା ବୋଲି ପରୋକ୍ଷରେ କହିଛନ୍ତି।

ତେବେ ଦିଶା ଟାଇଗରଙ୍କୁ ଛଅ ବର୍ଷ ଧରି ଡେଟ୍‌ କରିଥିଲେ। ହେଲେ ଦୁହେଁ ମୁହଁ ଖୋଲି ସେନେଇ କହି ନ ଥିଲେ। ଏବେ ଦୁହିଁଙ୍କ ବାଟ ଅଲଗା ହୋଇଥିଲେ ହେଁ ପରସ୍ପରର ଭଲ ବନ୍ଧୁ ହୋଇ ସେମାନେ ରହିଛନ୍ତି। ଜନ୍ମଦିନରେ ଶୁଭେଚ୍ଛାଠାରୁ ଆରମ୍ଭ କରି ଆଗାମୀ ପ୍ରୋଜେକ୍ଟ ଲାଗି ଶୁଭକାମନା ଉଭୟ ଜଣାଉଛନ୍ତି।

Share