ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା ପଟାନୀ ନଜର ଆସିଥିବା ବେଳେ ତାଙ୍କର ଶାଢ଼ୀର ଲୁକ୍‌କୁ ନେଇ ବିବାଦ ଦେଖାଦେଇଛି। ଆଓ୍ବାର୍ଡ ବିଜେତା ଟେକ୍ସଟାଇଲ ଡିଜାଇନର ଗୌରାଙ୍ଗ ଶାହ ମଧ୍ୟ ଏହି ଲୁକ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୌଣସି ଜିନିଷକୁ ନୂଆ ଢ଼ଙ୍ଗରେ ଉପସ୍ଥାପନ କରିବାର ଏକ ବିକଳ୍ପ ଥାଏ, ହେଲେ ଏହାକୁ ବିକୃତ କରିବା ଆଦୌ ଉଚିତ୍‌ ନୁହଁ। ଶାଢ଼ୀ ପରିଧାନ ବହୁ ପିଢ଼ୀରୁ ଚାଲିଆସିଥିବା ବେଳେ ଏହା ଆମର ସଂସ୍କୃତି ଓ ସଭ୍ୟତାକୁ ସୂଚାଇଥାଏ। ହେଲେ ଶାଢ଼ୀକୁ ଏଭଳି ଢ଼ଙ୍ଗରେ ଉପସ୍ଥାପନ କରିବା ଏହାର ବିଶେଷତ୍ୱକୁ ହ୍ରାସ କରୁଛି ବୋଲି ଡିଜାଇନର ଗୌରାଙ୍ଗ କହିଛନ୍ତି। ଅପରପକ୍ଷରେ ଡିଜାଇନର ବରିଜା ବଜାଜ କହିଛନ୍ତି, ଖରାପ ଶୈଳୀରେ କରାଯାଇଥିବା ଡିଜାଇନ କେବଳ ଏହାର ଲୁକ୍‌କୁ ଖରାପ କରେ ନାହିଁ ବରଂ ଶାଢ଼ୀରେ ଥିବା ନାରୀତ୍ୱର ତତ୍ତ୍ୱକୁ ମଧ୍ୟ ଶେଷ କରିଛି ବୋଲି ସେ କହିଛନ୍ତି। ଏଭଳି ଭାବରେ ବହୁ ଡିଜାଇନର ନିଜର ମତ ରଖିଥିବା ବେଳେ ସୋସିଆଲ ମିଡିଆରେ ଦିଶାଙ୍କୁ ଟ୍ରଲ ମଧ୍ୟ କରାଯାଇଛି। ଅପରପକ୍ଷରେ ୟୁଟ୍ୟୁବରେ ସଲମାନଙ୍କ ଏହି ଗୀତକୁ ୨୪ ଘଣ୍ଟା ଭିତରେ ୨କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏହି ଗୀତରେ ସଲମାନ  ଦିଶାଙ୍କ ସହ ଡାନ୍ସ କରୁଥିବା ବେଳେ ଦିଶାଙ୍କୁ ଏକ ହଳଦିଆ ରଙ୍ଗର ଶାଢ଼ୀରେ ଦେଖିବାକୁ ମିଳିଛି। ବିଶାଲ-ଶେଖର ଏହି ଗୀତର ସଂଯୋଜନା କରିଥିବା ବେଳେ ଶ୍ରେୟା ଘୋଷାଲ ଓ ନକାଶ ଅଜୀଜ  କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୧୬ ଦିନ ପରେ ପ୍ରଶଂସକଙ୍କୁ ଖୁସିଖବର ଦେଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ସାଉଥ୍‌ର ଚର୍ଚ୍ଚିତ ଯୋଡ଼ି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଡିସେମ୍ବର ୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଉଭୟ...

ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମିଳିଲା ଆମେରିକା ନୌସେନାର ସର୍ବୋଚ୍ଚ ସମ୍ମାନ

ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ...

ମା’ ହେଲେ ଗୋପୀ ବୋହୂ

ଟିଭିର ଗୋପୀ ବୋହୂ ତଥା ଦେବୋଲିନା ଭଟ୍ଟାଚାର୍ଜ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ...

Pushpa-2 ସ୍କ୍ରିନିଂ ସମୟରେ ଆହତ ହୋଇଥିବା ନାବଳକ ଏବେ ଗୁରୁତର

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୪ରେ ମୁଭି ପୁଷ୍ପା ୨ର ପ୍ରିମିୟର୍‌ ଶୋ’ ପୂର୍ବରୁ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟାେରେ ଆହତ ହୋଇଥିବା ଶିଶୁ ଏବେ ଗୁରୁତର। ଏବେ...

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ...

ସୋନାକ୍ଷୀ-ମୁକେଶ କଳି

ମୁମ୍ବାଇ: କିଛି ବର୍ଷ ତଳେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଲୋକପ୍ରିୟ ଟିଭି ଧାରାବାହିକ ‘କୋନ୍‌ ବନେଗା କରୋଡ୍‌ପତି’ରେ ରାମାୟଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତର...

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ସେନ୍‌ସେଶନାଲ ଅଭିନେତ୍ରୀ ବିପାଶା ବସୁଙ୍କ ଏକ ପୁରୁଣା ଫଟୋ ପୁଣିଥରେ ଭାଇରାଲ ହେଉଛି। ଫଟୋରେ ସେ ଫୁଟବଲ୍‌ର କ୍ରିଷ୍ଟିଆନ୍‌ ରୋନାଲ୍ଡୋଙ୍କୁ ଚୁମ୍ବନ ଦେଉଥିବା...

ଫସିଗଲେ ରାପର ବାଦ୍‌ଶାହା,ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୧୭।୧୨: ଖ୍ୟାତନାମା ଗାୟକ ତଥା ରାପର ବାଦ୍‌ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri