ଦିଶାଙ୍କ ଫଟୋରେ କମେଣ୍ଟ କଲେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନି ନିଜ ଫିଟନେସ୍ ଓ ବୋଲ୍ଡ ଫଟୋକୁ ନେଇ ଅଧିକାଂଶ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଦିଶା ନିକଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଟାଇଗରଙ୍କ କମେଣ୍ଟ । ଇନଷ୍ଟାଗ୍ରାମରେ ଦିଶା ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ରେଡ୍ ଲିପଷ୍ଟିକ୍‌ରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଆଉ ଏହାକୁ ଦେଖି ଟାଇଗର ଶ୍ରଫ ଏକ ଫାୟାର ଇମୋଜି ଦେଇ କମେଣ୍ଟ କରିଛନ୍ତି । ଲେଖିଛନ୍ତି ଲାଇନର୍ ଅନ୍ ପଏଣ୍ଟ । ଏହାପରେ ଦିଶା ତାଙ୍କ ଇନଷ୍ଟା ଷ୍ଟୋରିରେ ଆଊ ଏକ ଭିଡିଓ ଓ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କର ରେଡ୍ ଲିପଷ୍ଟିକ୍ ପ୍ଲାଣ୍ଟ କରୁଥିବା ଦେଖାଯାଇଛି । ଏହାପରେ ଦିଶାଙ୍କର କେତେଜଣ ପ୍ରଶଂସକ ତାଙ୍କ ସୁନ୍ଦରତାର ଖୁବ୍ ପ୍ରଶଂସା କରିଛନ୍ତି ।

Share