ଦିଶାଙ୍କ ନୋ ମେକଅପ୍ ଲୁକ୍‌

ମୁମ୍ମାଇ: ବଲିଉଡ୍ ବୋଲ୍ଡ ବିୟୁଟି ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର କିଛି ଫଟୋ କି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ । ନିକଟରେ ଗୋଟିଏ ଦିନ ପୂର୍ବରୁ ବର୍ଷା ସମୟରେ ଏହି ନାୟିକା ମୁମ୍ବାଇରେ ସ୍ପଟ ହୋଇଥିଲେ । ସେହି ସମୟର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗଛି । ଏଥିରେ ଦିଶା ନୋ ମେକଅପରେ ଥିବା ବେଳେ ବେଶ୍ ଫିଟ୍ ଲାଗୁଥିଲେ । ଟ୍ରେଣ୍ଡି କଷ୍ଟ୍ୟୁମ ସାଙ୍ଗକୁ ହାତରେ ପାଣି ବୋତଲ ଧରିଥିଲେ । ସ୍ପୋର୍ଟସ ଇନର ସହ ବ୍ଲୁ ଜିନ୍ସ ଆଉ କରୋନା ମହାମାରୀ ପାଇଁ ମାସ୍କ ବି ପିନ୍ଧିଥିଲେ ଅଭିନେତ୍ରୀ । ମୁମ୍ବାଇରେ ବର୍ଷା ହେଉଥିବାରୁ ତାଙ୍କର ଆସିଷ୍ଟାଣ୍ଡ ଏକ ବଡ ଛତା ନେଇ ତାଙ୍କ ସହ ଚାଲୁଥିବା ଦେଖାଯାଇଥିଲା । ମେକଅପ୍ ନ ନେଇ ବି ବେଶ୍ ସିମ୍ପଲ ଲାଗୁଥିଲେ ଦିଶା । ଫଟୋ ପାଇଁ ପୋଜ୍ ଦେବାକୁ କହିଥିଲେ ବି ସେ ଅଟକି ନ ଥିଲେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ରାଧେ ରିଲିଜ୍ ହୋଇଥିବା ବେଳେ ଆଉ ଦୁଇଟି ଫିଲ୍ମ ପାଇପ ଲାଇନରେ ଥିବା ଜଣାପଡିଛି ।

Share