ମାଳଦ୍ୱୀପରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଛୁଟି କାଟୁଛନ୍ତି ଟାଇଗର !

ମୁମ୍ବାଇ, ୧୩।୧୧-ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପାଟାନିଙ୍କୁ ବୁଧବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉଭୟେ ସୋସିଆଲ ମିଡିଆ ଜରିଆରେ ମାଳଦ୍ୱୀପରୁ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଉଭୟେ ମାଳଦ୍ୱୀପରେ ଛୁଟି କାଟୁଥିବା ଚର୍ଚ୍ଚା ହେଉଛି। ଟାଇଗର ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫୋଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ସାମୁଦ୍ରିକ ବିମାନ ନିକଟରେ ଠିଆ ହୋଇଥିବା ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ଆଗାମୀ ଦୁଇ ଦିନ ପାଇଁ ଡ୍ରେସ କୋଡ। ଅପରପକ୍ଷେ ଦିଶା ଏପର୍ଯ୍ୟନ୍ତ କିଛି ସୋସିଆଲ ମିଡିଆରେ ପୋଷ୍ଟ କରିନାହାଁନ୍ତି, କିନ୍ତୁ ନିଜ ଇନ୍‌ଷ୍ଟାଗ୍ରାମ କାହାଣୀରେ ସେ ଅନେକ ଭିଡିଓ ଏବଂ ଫୋଟେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସମୁଦ୍ରକୂଳରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଦିଶା ଏବଂ ଟାଇଗର ପୂର୍ବରୁ ମାଳଦ୍ୱୀପରେ ଏକାଠି ଛୁଟି କାଟି ଥିବା ନଜିର ରହିଛି। ବହୁବାର ଉଭୟଙ୍କୁ ମୁମ୍ବାଇର ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଉଭୟେ ଡେଟିଂକୁ ଅସ୍ବୀକାର କରିଛନ୍ତି।

Share