ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି।
ଏକ ଟ୍ରାନ୍ସଫର୍ମର ଦୁର୍ନୀତିର ତଦନ୍ତ ପାଇଁ ଜଗଦୀଶ ଏବଂ ଅନ୍ୟ ଦୁଇଜଣ ଅଧିକାରୀ ଲକ୍ଷ୍ନୌରୁ ବରେଲିକୁ ଆସୁଥିଲେ। ସେଠାରେ ସେମାନଙ୍କର କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ବାହାରିଥିଲା। ଏହାପରେ ଜୋନଲ ଚିଫ ଇଞ୍ଜିନିୟର ତାଙ୍କ କାର୍ଯ୍ୟାଳୟରେ ସେମାନଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ବନ୍ଦ କରି ରଖିଛନ୍ତି।

Share