ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ

ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍‌ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି ହଳଦିଆ ବିକିନିରେ। ତାଙ୍କ ଚାରିଆଡ଼େ ଘେରି ରହିଛି ପାଣି। ଆଉ ସେ ଏକ ସର୍ଫବୋର୍ଡ ଉପରେ ଛିଡ଼ା ହୋଇଛନ୍ତି। ଫଟୋର କ୍ୟାପଶନରେ ଲେଖିଛନ୍ତି, ଆକ୍ୱାମ୍ୟାନ ଭଳି ଅନୁଭବ ହେଉଛି। କହିବା ଦରକାର ନାହିଁ ଏହି ଅଭିନେତ୍ରୀଙ୍କ ପିକ୍‌କୁ କେଉଁଭଳି ପସନ୍ଦ କରନ୍ତି ୟୁଜର୍ସ। ଏହି ଫଟୋକୁ ମାତ୍ର ଗୋଟିଏ ଦିନରେ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ୍‌ କରିଛନ୍ତି।

ଅନ୍ତିମ ଥର ‘ମଲଙ୍ଗ’ ଫିଲ୍ମରେ ନଜର ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଏବେ ଏକ ଅଜଣା ବିଚ୍‌ରେ ଛୁଟି କାଟୁଛନ୍ତି। ତେବେ ଏହା ଦିଶାଙ୍କ ପାଇଁ କିଛି ନୂଆ ନୁହେଁ। ଗତ ମାସରେ ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ।

Share