ନୂଆଦିଲ୍ଲୀ,୧୯।୨: ଟୁଲ୍କିଟ୍ ମାମଲାରେ ୨୨ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ମାମଲାର ପଚରାଉଚୁରା ବେଳେ ଦିଶା କୌଣସି ଉତ୍ତର ଦେଇ ନ ଥିଲେ। ଏପରି କି ସବୁ ଦୋଷ ସହଯୋଗୀ ନିକିତା ଜ୍ୟାକବ ଓ ଶାନ୍ତନୁ ମୁଲୁକଙ୍କ ଉପରକୁ ଲଦି ଦେଇଥିବା ପୋଲିସ କୋର୍ଟକୁ ଅବଗତ କରିଥିଲା। ପୋଲିସ ଏହି ମାମଲାରେ ଶାନ୍ତନ୍ତୁ ଓ ନିକିତାଙ୍କ ସାମ୍ନାରେ ଦିଶାଙ୍କୁ ପଚରାଉଚୁରା କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛି। ଏନେଇ ଦିଲ୍ଲୀ ପୋଲିସର ସରକାରୀ ଓକିଲ ଇରଫାନ ଅହମ୍ମଦ କହିଛନ୍ତି।