ପୁତ୍ର ସନ୍ତାନର ଜନନୀ ହେଲେ ଦିଶା

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେଟ୍ଟା କା ଓଲ୍ଟା ଚଷମା’ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ଥରେ ମା’ ହୋଇଛନ୍ତି ଦୟାବେନ ଓରଫ ଦିଶା ବକାନୀ। କିଛି ଦିନ ପୂର୍ବେ ସେ ପୁତ୍ରସନ୍ତାନର ଜନନୀ ହୋଇଛନ୍ତି। ଗୋଟିଏ ପଟେ ଦିଶା ଶୋ’କୁ ଫେରିବା ଲାଗି ପ୍ରଶଂସକ ଦିନ ଗଣୁଥିବା ବେଳେ ଏହି ଖବର ସେମାନଙ୍କ ଆଶାରେ ବ୍ରେକ୍‌ ଲଗାଇଛି।

୨୦୧୭ରେ ଦିଶା ପ୍ରଥମ ଥର ଲାଗି ମା’ ହେବାକୁ ଯାଉଥିବାରୁ ଶୋ’ରୁ ବ୍ରେକ୍‌ ନେଇଥିଲେ। ହେଲେ ସେବେଠାରୁ ଏବେ ଯାଏ ସେ ଫେରି ନାହାନ୍ତି। ୨୦୧୯ରେ ଏକ ଏପିସୋଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାପରଠାରୁ ସେ ନଜର ଆସି ନାହାନ୍ତି। ଏବେ ଦିଶା ଦ୍ୱିତୀୟ ସନ୍ତାନର ଲାଳନପାଳନରେ ବ୍ୟସ୍ତ ରହିବେ। ତଥାପି ତାଙ୍କ ପ୍ରଶଂସକଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିପାରେ ବୋଲି କୁହାଯାଉଛି।

Share