ଦିଶାଙ୍କ ଡ୍ୟାନ୍ସ୍‌କୁ ଟାଇଗରଙ୍କ ପରିବାର କଲେ ପ୍ରଶଂସା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କ ଏକ ଡ୍ୟାନ୍ସ୍‌ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ବୟଫ୍ରେଣ୍ଡ୍‌ ଟାଇଗର ଶ୍ରଫ୍‌ଙ୍କ ପରିବାର ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି। ଦିଶା କିସ୍‌ ମି ମୋର୍‌…ଗୀତର ତାଳେତାଳେ ଅତି ଚମତ୍କାର ଭାବେ ଡ୍ୟାନ୍ସ୍‌ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ଇନଷ୍ଟାଗ୍ରାମ୍‌ରେ ଅପଲୋଡ କରାଯାଇଛି। ଇତିମଧ୍ୟରେ ଭିଡ଼ିଓକୁ ୪ ଲକ୍ଷ ୫୮ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। ଟାଇଗରଙ୍କ ସହିତ ତାଙ୍କ ମା କୃଷ୍ଣା ଶ୍ରଫ୍‌ ମଧ୍ୟ ଡ୍ୟାନ୍ସ୍‌ ଭିଡ଼ିଓକୁ ପ୍ରଶଂସା କରିଛନ୍ତି।

Share