କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର ଅଣ୍ଟାରୁ ଗଣ୍ଡି ଅଲଗା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ମୃତଦେହର ଗୋଡ଼ କଟିଯାଇଥିବା ଦେଖାଯାଇଛି।
ମୃତଦେହ ନିକଟରେ ଏକ ୯ ଏମ୍ଏମ୍ ବନ୍ଧୁକ ପଡ଼ିଥିବାବେଳେ ସେଥିରେ ୨ଟି ଜୀବନ୍ତ ଗୁଳି ରହିଥିବା ସ୍ଥାନୀୟ ଆର୍ପିଏଫ୍ ଇନିସପେକ୍ଟର ବିକାଶ ରଞ୍ଜନ ସିଂ କହିଛନ୍ତି। ଖବର ପାଇଁ ଘଟଣାସ୍ଥଳରେ କୋରାପୁଟ ଆର୍ପିଏଫ୍ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲକୁ ପଠାଇଛି। ମୃତ ୨ଯୁବକଙ୍କ ପରିଚୟ ଏଯାଏ ମିଳିନାହିଁ। କୋରାପୁଟ ସଦର ଥାନା ଓ ଆର୍ପିଏଫ୍ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ୨ଯୁବକଙ୍କ ମୃତ୍ୟୁ କିପରି ଘଟିଲା, ତାଙ୍କ ପାଖକୁ ବନ୍ଧୁକ କିପରି ଆସିଲା ସେମାନେ କେଉଁଠୁ ଆସିଥିଲେ ଏସବୁ ଦିଗ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।