Posted inଜାତୀୟ

ଧନ୍‌କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ

ନୂଆଦିଲ୍ଲୀ,୨୦ା୧୨(ପି.ଟି.):ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍‌କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍‌କରଙ୍କ ଖ୍ୟାତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ନୋଟିସ ଅଣାଯାଇଥିଲା ବୋଲି ହରିବଂଶ ରୁଲିଂରେ କହିଛନ୍ତି। ରାଜ୍ୟ ସଭା ମହାସଚିବ ପି.ସି. ମୋଦି ଏହି ରୁଲିଂ ଉପସ୍ଥାପନ କରିଥିଲେ। ଧନ୍‌କରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଗତ ୧୦ ତାରିଖରେ ଦିଆଯାଇଥିବା ଅନାସ୍ଥା ନୋଟିସ୍‌ରେ ବିରୋଧୀ ଦଳର ୬୦ ସଦସ୍ୟ ସ୍ବାକ୍ଷର କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ପକ୍ଷପାତ କରୁଥିବାରୁ ତାଙ୍କ ଉପରେ ଆସ୍ଥା ନ ଥିବା ନୋଟିସରେ ଦର୍ଶାଯାଇଥିଲା। ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଇ କେବଳ ପ୍ରଚାର ଲକ୍ଷ୍ୟରେ ଏଭଳି ନୋଟିସ ଅଣାଯାଇଛି। ସର୍ବବୃହତ୍‌ ଗଣତନ୍ତ୍ରର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ପାଇଁ ଏହା ଏକ ଦୁଃସାହସିକ ଅଭିଯାନ ବୋଲି ହରିବଂଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶଲ ଆର୍ଟରେ ରାହୁଲଙ୍କୁ ମିଳିଛି ବ୍ଲାକ୍‌ ବେଲ୍ଟ, ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ,୨୦।୧୨: ଦେଶର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁବାର ସଂସଦରେ ହୋଇଥିବା ହିଂସାକାଣ୍ଡ ପରେ ତାଙ୍କୁ ନେଇ ଏବେ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

୮୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଏହି ମୁଖ୍ୟମନ୍ତ୍ରୀ, ରଖିଥିଲେ ଏତିକି ନମ୍ବର

ଚଣ୍ଡିଗଡ଼,୨୦ା୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମ୍‌ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ...

୨୦୧୪ରୁ ୨୦୨୪ ଭିତରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଛି ଏତିକି ମାମଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହାକୁ ନେଇ ଗୁରୁବାର ସଂସଦରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି।...

ଜେପିସିରେ ଲୋକ ସଭାର ୨୭, ରାଜ୍ୟ ସଭାର ୧୨ ଏମ୍‌ପି ସାମିଲ

ନୂଆଦିଲ୍ଲୀ,୨୦।୧୨: ଏକ ଦେଶ, ଏକ ନିର୍ବାଚନ ବିଲ୍‌ର ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି। କମିଟିରେ ଲୋକ ସଭାର ୨୭ ଏବଂ...

ଭର୍ତ୍ତୃହରୀ ମହତାବଙ୍କୁ ବଡ଼ ଦାୟିତ୍ୱ ଦେବେ କେନ୍ଦ୍ର ସରକାର, ଏହି ପଦରେ…

ନୂଆଦିଲ୍ଲୀ,୨୦।୧୨: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଗଠିତ ଜେପିସି ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ଭର୍ତ୍ତୃହରୀ...

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ଼,୨୦ା୧୨: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଆଜି ତାଙ୍କ ଗୁରୁଗାଓଁସ୍ଥିତ...

ରାହୁଲଙ୍କୁ ନୀଳ ଟି-ଶର୍ଟରେ ଦେଖି ରାଗିଗଲେ ମାୟାବତୀ, ଦେଲେ ଏହି ପରାମର୍ଶ

ଲକ୍ଷ୍ନୌ,୨୦ା୧୨: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନୀଳ ଟି-ଶର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri