‘ଧରିତ୍ରୀ’ର ପୂର୍ବତନ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୯।୪(ବ୍ୟୁରୋ): ଦୈନିକ ‘ଧରିତ୍ରୀ’ର ପୂର୍ବତନ କର୍ମଚାରୀ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଳାବର ପଞ୍ଚାୟତ କଣିହାଁ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୪୫ ବର୍ଷ ହୋଇଥିଲା। ଗତ ନଭେମ୍ବରରୁ ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ବାହାରଣାସ୍ଥିତ ଶ୍ୱଶୁରଙ୍କ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ରାତି ୯ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଣେ ଅତ୍ୟନ୍ତ ଭଦ୍ର, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ମୋନାଲିସା ରାଉତ, ୮ ବର୍ଷର ଝିଅ ପ୍ରତ୍ୟୁଷା ରାଉତ, ଶ୍ୱଶୁର ଅଞ୍ଜନ କୁମାର ପରିଡ଼ା, ଶାଶୁ ସଂଯୁକ୍ତା ପରିଡ଼ା, ଶାଳକ ଅମିତ ପରିଡ଼ା, ସମ୍ପର୍କୀୟ ଶଶୀଭୂଷଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଅର ଏପରି ଅକାଳ ବିୟୋଗରେ ଗାଁରେ ଥିବା ବିଧବା ମା’ ପାର୍ବତୀ ରାଉତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ‘ଧରିତ୍ରୀ’ ପରିବାର ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି।

 

Share