ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ କରମ ଅଭାବରୁ ନିର୍ବାଚନ ଅଧିକାରୀ ଅନାସ୍ଥା ପ୍ରସ୍ତାବକୁ ବାତିଲ କରିଦେଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡ଼ିଓ ମାଧବ ଚନ୍ଦ୍ର ବୀରୁଆ, ମାଜିଷ୍ଟ୍ରେଟ ଭାବେ ପାଟଣା ତହସିଲ ଦାର ଲୀଳାବତୀ ନାୟକ, ପାଟଣା ଥାନାଧିକାରୀ ଉଦୟ ବୀର କୁଲୁ ,ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରଶ୍ମି ରେଖା ମହାନ୍ତି, ପ୍ରମୁଖ କଡ଼ା ସୁରକ୍ଷା ବ୍ୟବସ୍ଥାରେ ନିର୍ବାଚନ କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ୧୨ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତଙ୍କ ୭ଜଣ ସମର୍ଥକ ସଦସ୍ୟ ପହଞ୍ଚିଥିଲେ ହେଁ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ସହ ୪ ସମର୍ଥକ ସଭା କକ୍ଷକୁ ଆସି ନ ଥିଲେ। ଏ ନେଇ ନିର୍ବାଚନ ଅଧିକାରୀ ମାଧବ ଚନ୍ଦ୍ର ବିରୁଆଙ୍କୁ ପଚାରିବାରୁ ୧୨ଜଣ ସଦସ୍ୟଙ୍କ ମଧ୍ୟରୁ ୨ ତୃତୀୟାଂଶ ଉପସ୍ଥିତ ନ ଥିବାରୁ ସଭା ହୋଇପାରିଲା ନାହିଁ। ଏନେଇ ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତଙ୍କ ପ୍ରତିକ୍ରିୟା ନେବାରୁ ଆମେ ୭ ଜଣ ସଦସ୍ୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ରହିଥିଲେ ହେଁ ସରପଞ୍ଚ ହାରିବା ଭୟରେ ତାଙ୍କ ୪ ସମର୍ଥକଙ୍କ ସହ ସଭାକୁ ଆସି ନ ଥିଲେ। ସୂଚନା ଯେ, ୯ ଜଣ ୱାର୍ଡ ସଦସ୍ୟ ଗତ ଅଗଷ୍ଟ ୨୭ ତାରିଖ ନିର୍ଦ୍ଧାରିତ ଫର୍ମରେ ଦସ୍ତଖତ କରି ଉପ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦରଖାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ଭାବେ ଶ୍ରୀମତୀ ଦେହୁରୀ ଚଳିତ ଥରକୁ ମିଶାଇ ୪ର୍ଥ ଥର ସରପଞ୍ଚ ହୋଇଛନ୍ତି। ନିର୍ବାଚନକୁ ପି ଇ ଓ ରିମ୍ପା ନାଏକ ଏଡିଇ ଓ ଯଦୁମଣୀ ମହାନ୍ତ ପରିଚାଳନା କରିଥିଲେ। ସରପଞ୍ଚ ପାର୍ବତୀ ବିଜେଡି ସମର୍ଥିତ ହୋଇଥିବା ବେଳେ ଉମାକାନ୍ତ ଭାଜପା ସମର୍ଥିତ। ଏବେ ପାଟଣା ବିଧାନସଭା କ୍ଷେତ୍ରଟି ବିଜେଡି ହାତରୁ ଯିବା ପରେ ଆଉ ବିଧାୟକ ଭାବେ ଭାଜପା ବିଜୟୀ ପରେ ଭାଜପା ପଞ୍ଚାୟତ ରାଜ ସଂସ୍ଥାରେ ଅନାସ୍ଥା ଆଣି ସେସବୁକୁ ନିଜ ସପକ୍ଷରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିବା ବେଳେ ବିଜେଡିି ନିଜ ଦୁର୍ଗ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନାୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର...

ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ରୋଗୀ

ବାଲିଗୁଡା,୩୦।୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଅନେକ...

ଅଟୋ ଓଲଟି ୭ ଗୁରୁତର

ଭଞ୍ଜନଗର,୩୦।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତ ତଡ଼ମା ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ ଅଟୋ ଓଲଟି ପଡିଛି। ଏଥିରେ ୭...

ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ...

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ...

ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ...

ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri