ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା। ଦ୍ୱିତୀୟ ଦିନରେ ସନ୍ଥିଆ ପୋଲ ନିକଟରୁ ଉଚ୍ଛେଦ ଚାଲିଛି। ଉକ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ ଜବରଦଖଲ କାରଣରୁ ସଂକୀର୍ଣ୍ଣ ଥିଲା। ଯାତାୟାତରେ ଅସୁବିଧା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିଲା। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁରୀ ହୋଇଥିଲେ ମଧ୍ୟ ୩୦ ଫୁଟ ଓସାର ରାସ୍ତା ନିର୍ମାଣ ପାଇଁ ଜବରଦଖଲ ବାଧକ ସାଜିଥିଲା l ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନା ଅଧିକାରୀ ଉମାଶଙ୍କର ନାୟକ, ପୁରୁଣା ବଜାର ଥାନାଧିକାରୀ କରୁଣାକର ରାଉତଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।