Categories: ଖେଳ

ଡିଜ୍‌ନୀ ଷ୍ଟାରକୁ ଆଇସିସି ମିଡିଆ ରାଇଟ୍‌

ଦୁବାଇ, ୨୮ା୮(ପି.ଟି.): ଭାରତୀୟ ବଜାର ପାଇଁ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସମସ୍ତ ଇଭେଣ୍ଟଗୁଡ଼ିକର ପ୍ରସାରଣ ଅଧିକାର ହାସଲ କରିଛି ଡିଜ୍‌ନୀ ଇଣ୍ଡିଆ। ଖବର ଅନୁସାରେ ମିଡିଆ ରାଇଟ୍‌ ହାସଲ କରିବା ଲାଗି ଡିଜ୍‌ନୀ ଷ୍ଟାରକୁ ୩ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରିବାକୁ ହୋଇଛି। ଡିଜ୍‌ନୀ ଷ୍ଟାର ୨୦୨୭ ପର୍ଯ୍ୟନ୍ତ ଭାରତରେ ହେବାକୁଥିବା ଉଭୟ ପୁରୁଷ ଓ ମହିଳା ଗ୍ଲୋବାଲ ଇଭେଣ୍ଟଗୁଡ଼ିକ ଲାଗି ଟିଭି ଓ ଡିଜିଟାଲ ରାଇଟ୍‌ ହାସଲ କରିଥିବା ଆଇସିସି କହିଛି।

Share